Sunday, September 13, 2026
28.7 C
Odisha

    ଗୁଆଙ୍ଗସିରେ ଭୟଙ୍କର ବିସ୍ଫୋରଣ, ୭ ମୃତ

    ଆଗକୁ ପଢନ୍ତୁ

    ଚୀନ୍ : ଚୀନର ଦକ୍ଷିଣ-ପଶ୍ଚିମ ଗୁଆଙ୍ଗସି ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

    ସୂଚନାନୁଯାୟୀ, ଏହି ବିସ୍ଫୋରଣ ଏତେ ଜୋର ଥିଲା ଯେ ଅନେକ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୭ ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ । ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ଆପତ୍ତକାଳୀନ ସେବାଗୁଡିକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନଙ୍କ ଚିକିତ୍ସା ଏବେ ବି ଜାରି ରହିଛି ।

    ଅନ୍ୟପଟେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଏହି ଦୁର୍ଘଟଣା ପାଇପ୍ ଗ୍ୟାସ୍ ଲିକ୍ କିମ୍ବା କୌଣସି ତ୍ରୁଟି ଯୋଗୁ ହୋଇଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ଗ୍ୟାସ୍ ପାଇପଲାଇନ୍ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ହୋଇନାହିଁ ବୋଲି ସ୍ଥାନୀୟ କର୍ତ୍ତୁପକ୍ଷ ନିଶ୍ଚିତ କରିଛନ୍ତି । ପ୍ରକୃତ ସତ୍ୟତା ଜାଣିବାକୁ ଏବେ ବି ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ