Friday, July 31, 2026
24.9 C
Odisha

    କଚାଡ଼ି ମାରିଲା ଦନ୍ତା,

    ଆଗକୁ ପଢନ୍ତୁ

    ଦେବଗଡ଼: କଚାଡ଼ି ମାରିଲା ଦନ୍ତା , ଯୁବକ ମୃତ । ୧୫ ଘଣ୍ଟାରୁ ଅଧିକ ସମୟ ହେବ ପଡିରହିଛି ମୃତଦେହ। ଏହାକୁ ନେଇ ଦେବଗଡ଼ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସଂଘାପଶି ଗାଁରେ ଉତ୍ତେଜନା ଦେଖାଦେଇଛି । ମୃତ ଯୁବକ ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ଗାଁର ସୁଶାନ୍ତ ନାୟକ ।

    ଗତକାଲି ସନ୍ଧ୍ୟାରେ ସୁଶାନ୍ତ ଓ ଅନ୍ୟ ୪ଜଣ ବିବାହ ପାଇଁ ଝିଅ ଦେଖିବାକୁ ଆସିଥିବାବେଳେ ଅଘଟଣ ଘଟିଥିଲା । ଗାଡ଼ିରୁ ଟାଣି ନେଇ ସୁଶାନ୍ତଙ୍କୁ କଚାଡି ମାରିଥିଲା ହାତୀ । ବନବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିଲେ ମୃତଦେହ ଉଠାଇ ନ ଦେବାକୁ ଜିଦ ଧରି ବସିଛନ୍ତି ଗ୍ରାମବାସୀ । ଗାଁ ନିକଟରେ ଏବେ ମଧ୍ୟ ରହିଛନ୍ତି ୨୨ ଟିକିଆ ହାତୀପଲ । ଗତ ୬ମାସ ମଧ୍ୟରେ ୧୦ରୁ ଅଧିକ ଜୀବନ ଯାଇଥିବା ବେଳେ ଘରଦ୍ୱାର ଓ ଫସଲ ନଷ୍ଟ ନିତିଦିନିଆ ଘଟଣା ପାଲଟିଛି । ଫଳରେ ଦିନରାତି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ ।  ସ୍ଥାନୀୟ ଅଞ୍ଚଳରୁ ହାତୀ ଘଉଡ଼ାଇବାକୁ ବନବିଭାଗକୁ ଗାଁଲୋକ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ