Friday, October 18, 2024
25 C
Odisha

    ଗୁରୁପୂର୍ଣ୍ଣିମା କାହିଁକି ପାଳିତ ହୁଏ ; କଣ ରହିଛି ଏହାର ମହତ୍ୱ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଥାଏ l ଗୁରୁ ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ , ତେଣୁ ଆଷାଢ଼ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାକୁ ଗୁରୁଙ୍କୁ ସମ୍ମାନ, ପୂଜନ ଓ ମହତ୍ୱ ଦିଆଯାଇ ଥାଏ l ବେଦବ୍ୟାସଙ୍କ ଜୟନ୍ତୀ କାରଣରୁ ଗୁରୁ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା  ମଧ୍ୟ କୁହାଯାଏ l ଚଳିତ ବର୍ଷ ବ୍ୟାସ ବା ଗୁରୁ ପୂର୍ଣ୍ଣିମା ଜୁଲାଇ ୨୧ ତାରିଖରେ ପାଳିତ ହେବ l ଗୁରୁ ପୂର୍ଣ୍ଣିମାର ଶୁଭ ଅବସରରେ ଅନେକ ଗୁଡିଏ ସଂଯୋଗର ମିଳନ ହେଉଛି ଓ ଏହିଦିନ ସର୍ବାର୍ଥ ସିଦ୍ଧି , ରବି, ପ୍ରୀତି ଓ ବିଷକୁମ୍ଭ ଯୋଗ ମଧ୍ୟ ଘଟୁଛି l ପୂଜା ପାଇଁ ସକାଳ ୭ ଟା ବାଜି ୧୯ ମିନିଟ ଦ୍ୱିପ୍ରହର ୧୨ ଟା ବାଜି ୨୭ ମିନିଟ ର ସମୟ ଶୁଭ ରହିବ l

    ଗୁରୁ ପୂର୍ଣିମା ଦିନ ଗୁରୁ ପୂଜନର ଖୁବ ମହତ୍ୱ ରହିଛି, ଏହିଦିନ ଗୁରୁଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

    ଗୁରୁପୂର୍ଣିମା ଦିନ ଗୁରୁଙ୍କୁ ପୂଜନ ଦ୍ୱାରା ଜୀବନରେ ପ୍ରକାଶ ଆସିଥାଏ, ଏବଂ ଜୀବନରେ ସଫଳତା ପାଇଁ ଗୁରୁଙ୍କ ଆଶୀର୍ବାଦ ନେବା ଜରୁରୀ l

    ବ୍ୟାସ ପୂର୍ଣିମାରେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ପୂଜା ଅର୍ପଣ କରିବା ସହିତ, ଶ୍ରୀ ହରୀ ଶୟନ ଯୋଗରେ ରହିଥିବା କାରଣରୁ ମହାଦେଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ , ଏହାଦ୍ୱାରା ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ l

    କଦାପି ଆଜିର ଦିନରେ ଗୁରୁଜନଙ୍କୁ ଅବମାନନା କିମ୍ବା ଅସମ୍ମାନ କରନ୍ତୁ ନାହିଁ, କାହିଁକି ନା ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ l

    ଘରର ସମ୍ମାନୀୟ ବ୍ୟକ୍ତିଙ୍କର ଗୁରୁ ପୂର୍ଣିମା ଦିନ ପୂଜା କରିବା ଜରୁରୀ, ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ