Tuesday, December 30, 2025
16.3 C
Odisha

    ଗୋଟିଏ ପରିବାରର ୩ ମୃତ,କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଞ୍ଜାମ ପାଳିବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି । ଚାଉଳରେ ପୋକ ନ ଲାଗିବା ପାଇଁ ରଖାଯାଇଥିବା ଔଷଧକୁ ଖାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ମା, ଝିଅ ଓ ପୁଅ ମୃତ । ସୂଚନାନୁସାରେ ଗତକାଲି ରାତିରେ ମା, ଝିଅ ଓ ପୁଅ ଔଷଧ ଖାଇ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତି ଯାଏଁ ଘରର କବାଟ ନଖୋଲିବାରୁ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକାଶ କରି ଘରର କବାଟ ବାଡେଇଥିଲେ । ବିଷ ପାନ କରିବା ଜାଣିବା ପରେ ତିନି ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମା ର ବୟସ ୪୦, ଝିଅର ବୟସ ୧୬ ଓ ପୁଅର ବୟସ ୨୨ ବର୍ଷ । ଗତ ଦୁଇ ବର୍ଷ ପୂର୍ବରୁ ବାପାର ମୃତ୍ୟୁ ହୋଇଥିଲା । ବିଷ ପାନ କରିବାର କାରଣ ଅସ୍ପଷ୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.3 ° C
    16.3 °
    16.3 °
    35 %
    1.8kmh
    83 %
    Tue
    16 °
    Wed
    29 °
    Thu
    29 °
    Fri
    29 °
    Sat
    28 °

    ସମ୍ବନ୍ଧିତ