ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଅଧାରେ ଛାଡି ସ୍ବଦେଶ ଫେରିଛନ୍ତି ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆକୁ ଛାଡି ଭାରତ ଫେରିଆସିଛନ୍ତି । ଖବର ମୁତାବକ, ଗୌତମ ଗମ୍ଭୀରଙ୍କ ମା’ଙ୍କୁ ହାର୍ଟଆଟାକ ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଖବର ମିଳିବା ମାତ୍ରେ ଗମ୍ଭୀର ଲଣ୍ଡନରୁ ଫେରିଆସିଛନ୍ତି ।
ଟିମ୍ ସହିତ ଗୌତମ ଗମ୍ଭୀର ଜୁନ୍ ୭ ତାରିଖରେ ଲଣ୍ଡନରେ ପହଞ୍ଚିଥିଲେ । ଏବେ ଟିମ୍ ବେକେନହାମରେ ଅଭ୍ୟାସ କରୁଛି । ଟିମ୍ ଅଭ୍ୟାସ ମ୍ୟାଚ ଖେଳୁଛି । କିନ୍ତୁ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମକୁ ଛାଡି ଗୌତମ ଗମ୍ଭୀର ଭାରତ ଫେରିଛନ୍ତି ।
ଗମ୍ଭୀରଙ୍କ ମା’ଙ୍କ ନାମ ସୀମା ଗମ୍ଭୀର । ହାର୍ଟ ଆଟାକ ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଗମ୍ଭୀରଙ୍କ ମା’ । ତେବେ ତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି ବୋଲି ଡାକ୍ତର କହିଛନ୍ତି । ଗମ୍ଭୀରଙ୍କ ପରିବାର ଏବେ ଦିଲ୍ଲୀରେ ରହୁଛନ୍ତି ।
ଖବର ମୁତାବକ, ଗମ୍ଭୀର ଜୁନ୍ ୧୭ରେ ପୁଣିଥରେ ଇଂଲଣ୍ଡ ଫେରିଯିବେ । ଭାରତ ଇଂଲଣ୍ଡ ବିପକ୍ଷରେ ଜୁନ୍ ୨୦ ତାରିଖରୁ ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍ ସହିତ କୋଚ୍ ରହିବେ ବୋଲି ଖବର ମିଳିଛି ।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଗତ ୧୮ ବର୍ଷ ହେଲାଣି ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ ଜିତିନାହିଁ । ଧୋନି ଏବଂ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଟିମ୍ ଇଂଲଣ୍ଡ ୨-୨ଟେଷ୍ଟ ସିରିଜ ଖେଳିଛି । ଯେଉଁଥିରେ ୩ଟି ହାରିବା ସହିତ ଗୋଟିଏ ଡ୍ର ରହିଛି ।