Thursday, April 2, 2026
38.5 C
Odisha

    ଚାଉଳ ଖିରି ବଦଳରେ ଖାଆନ୍ତୁ ମଖାନା ଖିରି, ରହିଛି ପାୱାରଫୁଲ ଗୁଣ

    ଆଗକୁ ପଢନ୍ତୁ

    ଆପଣ କ’ଣ ମିଠା ସହିତ ଖିରି ଖାଇବାକୁ ପସନ୍ଦ କରନ୍ତି କି ?। ଖିରୀର ନାମ ଶୁଣିବା ମାତ୍ରେ ଆପଣଙ୍କ ପାଟିରେ ଏକ ମିଠା ସ୍ୱାଦ ଆସିଯାଏ । ଯାହା ବିଶେଷ କରି ପର୍ବପର୍ବାଣୀ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କୁ ଭାତ ଖିରି ଖାଇବା ଇଚ୍ଛା ଅଛି .ତେବେ ସେହି ଖିରି ବଦଳରେ ମଖାନା ଖିରି ଖାଇବା ଉଚିତ । ଯାହା ଚିନି ଏବଂ ଚାଉଳ ଖିରି ଅପେକ୍ଷା ମଖାନା ଖିରି ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ବ ଭରପୁର ହୋଇ ରହିଛି । ଯାହା ଖାଇବା ଦ୍ବାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ । ତେବେ ଏହାର ରାମବାଣ ଗୁଣ ସମ୍ପର୍କରେ ଜାଣିବା ।

    ମଖାନା ଖିରିରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ। ଯାହା ଖାଇବା ଦ୍ବାରା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ଯଦି ଆପଣ ମଧ୍ୟ ହଜମ ପ୍ରକ୍ରିୟାକୁ ଉନ୍ନତ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଖାଇବା ଲିଷ୍ଟରେ ମଖାନା ଖିରି ଆଡ୍ କରିପାରିବେ । ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ କୋଷ୍ଠକାଠିନ୍ୟ ଦୂର କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଗୁରୁତ୍ବପୂର୍ଣ୍ଣ ଉପାଦାନଗୁଡିକ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । ଯାହା ଶରୀର ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ମଖାନାରେ କ୍ୟାଲୋରିର ପରିମାଣ କମ୍ ଥାଏ । ଯାହା ଓଜନ ହ୍ରାସ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ଭାତ ଖିରି ବଦଳରେ ମଖାନା ଖିରି ଖାଇପାରିବେ । ଏହା ବ୍ୟତୀତ, ମଖାନାରେ ଥିବା ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଖାନା ଖିରି ଜୀବନଘାତକ ଭଳି ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଏହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

    ଚିନି ବଦଳରେ ଖଜୁର ବ୍ୟବହାର କରାଯାଇଥାଏ । ଯାହା ପ୍ରାକୃତିକ ମିଠା ଦେଇଥାଏ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ମଖାନା ଖିରୀ ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ । ଯାହା ଆପଣଙ୍କୁ ସାରା ଦିନ ଆକ୍ଟିଭ୍ ରକିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନଏଡ୍ସ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ ଏବଂ ବାର୍ଦ୍ଧକ୍ୟ ବିରୋଧୀ ଗୁଣ ପ୍ରଦାନ କରିଥାଏ ।

    ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ ଏବଂ ଫସଫରସର ଆବଶ୍ୟକତା ପଡିଥାଏ । ଯାହା ପ୍ରଚୁର ପରିମାଣରେ ମଖାନାରୁ ମିଳିଥାଏ । ତେଣୁ ଆପଣ ମଖାନା ଖିରୀ ଖାଇବା ଉଚିତ୍ । ପୁଷ୍ଟିକର ତତ୍ତ୍ୱରେ ଭରପୂର ମାଖାନା ଖିରୀ ଆପଣଙ୍କ ସୁସ୍ଥ ଶରୀର ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଥାଏ । ଏହାକୁ ତିଆରି କରିବାର ଉପାୟ ହୁଏ ତ ସମସ୍ତଙ୍କୁ ଜଣା ନଥିବ । ତେବେ ଏହାକୁ କିପରି ତିଆରି କରି ଖାଇବେ ଆସନ୍ତୁ ଜାଣିବା ।

    ଏକ ପ୍ୟାନରେ ୧ ଚାମଚ ଘିଅ ପକାଇ ସେଥିରେ ମଖାନାକୁ କମ୍ ଆଞ୍ଚରେ ୫-୭ ମିନିଟ୍ ପାଇଁ ଭାଜନ୍ତୁ। ଯେତେବେଳେ ମଖାନା ଖସ୍ତା ହୋଇଯିବ, ସେଗୁଡ଼ିକୁ ଟିକେ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ତାପରେ ସେଗୁଡ଼ିକୁ ମୋଟା ଭାବରେ ପିସନ୍ତୁ । ଏହା ପରେ, ଖଜୁରକୁ ୧୫ ମିନିଟ୍ ପାଇଁ ଉଷୁମ ପାଣିରେ ଭିଜାଇ ମିକ୍ସରରେ ପିସନ୍ତୁ ଏବଂ ପେଷ୍ଟ ତିଆରି କରନ୍ତୁ । ଏକ ପ୍ୟାନରେ କ୍ଷୀର ପକାଇ କମ୍ ଆଞ୍ଚରେ ୧୦ ମିନିଟ୍ ପାଇଁ ଫୁଟାନ୍ତୁ, ଯାହା ଫଳରେ ଏହା ଟିକେ ଘନ ହୋଇଯିବ । ଏବେ କ୍ଷୀରରେ ଗୁଣ୍ଡ ମାଖାନା ପକାଇ ୫ ମିନିଟ୍ ପାଇଁ ରାନ୍ଧିବାକୁ ଦିଅନ୍ତୁ । ଏବେ ପ୍ରାକୃତିକ ମିଠା ପାଇଁ ଖଜୁର ପେଷ୍ଟ ପକାଇ ଭଲ ଭାବରେ ମିଶାନ୍ତୁ । ତାପରେ ଏଥିରେ ବାଦାମ, କାଜୁ, ପିସ୍ତା ଏବଂ ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏହା ପରେ ୨ ମିନିଟ୍ ପାଇଁ ରାନ୍ଧନ୍ତୁ ଏବଂ ପରିବେଷଣ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ