ଭୁବନେଶ୍ୱର : ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା । ଆଜି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ପଠାଇଛ । ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ଏହାର ପୂର୍ବଦିନ ଅର୍ଥାତ୍ ଆଜି କିସ୍ତି ପ୍ରଦାନ କରାଯାଇଛି । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ପଠାଯାଇଛି।ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରୁଛନ୍ତି । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି। ସେପଟେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ । କେତେ ଦିନ ବଢିବ , ତାହା ଖୁବ୍ ଶୀଘ୍ର ଘୋଷଣା ହେ ବ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ତେଣୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଖୁବ୍ ଶୀଘ୍ର ଘୋଷଣା କରାଯିବ।