Friday, February 7, 2025
24.8 C
Odisha

    ଚୀନର ଫୁଡ୍ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ, ୧୫ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    ଚୀନର ଫୁଡ୍ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଦେଶର ଉତ୍ତର ପ୍ରାନ୍ତ ହେବେଇରେ ଏକ ବଜାରରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୮ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ସାରା ସହରର ଆକାଶରେ କଳା ଧୂଆଁ ବ୍ୟାପି ଯାଇଥିଲା ।

    ଚୀନ ଗଣମାଧ୍ୟମର ସୂଚନା ମୁତାବକ, ଶନିବାର ଝାଙ୍ଗଜିୟାକୋ ସହରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସକାଳ ପ୍ରାୟ ୮ଟା ୪୦ରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା ​​। ଏକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ତାହାର କାରଣ ଜଣାପଡ଼ି ନାହିଁ । ସେ ନେଇ ଯାଞ୍ଚ ଚାଲିଛି ।

    ସେପଟେ ଆହତ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଫୁଡ୍ ମାର୍କେଟରେ ଲାଗିଥିବା ନିଆଁ କେତେ ଭୟଙ୍କର ଥିଲା, ତାହା ଦେଖିବାକୁ ମିଳିଛି ।

    ଏହି ଅଗ୍ନିକାଣ୍ଡରେ ଫୁଡ୍ ମାର୍କେଟ୍ ଭିତରେ ଥିବା ସମସ୍ତ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର ଦେଖି କିଛି ଲୋକ ଚିତ୍କାର କରି ଦୌଡ଼ି ପଳାଇ ଆସିଥିବା ବେଳେ କିଛି ଲୋକ ସେଠାରେ ଫସି ଯାଇଥିଲେ, ଯାହାଫଳରେ ନିଆଁ ସଂସ୍ପର୍ଶରେ ଆସି ସେମାନଙ୍କ ମୃତ୍ୟୁ ଘଟିଥିଲା ।

    ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ରେସକ୍ୟୁ କାର୍ଯ୍ୟ କରିଥିଲା । ବହୁ ପରିଶ୍ରମ ପରେ ନିଆଁକୁ ଲିଭାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    30 %
    1.5kmh
    3 %
    Fri
    32 °
    Sat
    32 °
    Sun
    33 °
    Mon
    35 °
    Tue
    36 °

    ସମ୍ବନ୍ଧିତ