Friday, October 18, 2024
30.6 C
Odisha

    ଚୋରି କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ ଘଟଣା; ୩ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରେ ରାତି ପ୍ରାୟ ୨ଟାରେ ଦୁଇ ଦୁର୍ବୃତ୍ତ ପଶି ଗୋଟିଏ ମୋବାଇଲ ଓ ସୁନା ଚେନ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ଛୁରି ଦେଖାଇ ସେମାନେ ଦୁଷ୍କର୍ମ କରିଥିଲେ । ସିକ୍ୟୁରିଟି ଥିବା ସତ୍ତ୍ୱେ ମଧ୍ୟ କେହି ଦୁର୍ବୃତ୍ତ ମାନଙ୍କୁ ଦେଖି ନ ଥିଲେ । ଅଭିଯୁକ୍ତଙ୍କୁ ଧରିବା ବେଶ ଚ୍ୟାଲେଞ୍ଜ ଥିଲା। ପୀଡିତା ମଧ୍ୟ ତଦନ୍ତରେ ସହଯୋଗ କରିଥିଲେ। କମିଶନରଙ୍କ ସହ ମଧ୍ୟ କଥା ହୋଇଥିଲେ ପୀଡିତା। ୩ ଜଣ ଅଭିଯୁକ୍ତ ଥିଲେ। ୩ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ଘର ଭିତରକୁ ପଶିଥିଲେ। ଜଣେ ଘର ବାହାରେ ଜଗିଥିଲେ। ଦୁଇ ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଦଫା ୧୧୦ ରେ ପୂର୍ବରୁ ଅଭିଯୁକ୍ତଙ୍କୁ ବୁକ କରାଯାଇଛି। ଆଜି ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।
    ଅନ୍ୟ ଆପାର୍ଟମେଣ୍ଟ ବା କଲୋନୀରେ ରହୁଥିବା ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ପୁଲିସ କମିଶନର ଦେବଦତ୍ତ ସିଂହ । ଏକୁଟିଆ ରହୁଥିବା ମହିଳା ପଡ଼ୋଶୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଆଗକୁ ମଧ୍ୟ ଆପାର୍ଟମେଣ୍ଟ ଓ କଲୋନୀ ବାସିନ୍ଦାଙ୍କ ସହ କଥା ହେବେ। ଟୁଇନ ସିଟି ବାସିନ୍ଦାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ପୁଲିସ କମିଶନର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ