Tuesday, October 13, 2026
28.9 C
Odisha

    ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୪ ଓଡିଶାର

    ଆଗକୁ ପଢନ୍ତୁ

    ମାଲକାନଗିରି  : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ।

    ୪ ମାଓବାଦୀ ମାଓ ସଙ୍ଗଠନରେ PPCM କ୍ୟାଡ଼ର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ପୋଲିସ ୩୫ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା । ଏମାନେ ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ସକ୍ରିୟ ରହି ଅନେକ ହିଂସାକାଣ୍ଡ ଘଟେଇ ଆସୁଥିଲେ । ତେବେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ବିଜାପୁର SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ମଧ୍ୟ ଛତିଶଗଡ଼ ପୋଲିସର ଆତ୍ମସମର୍ପଣ ନୀତି ଅନୁସାରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ