Sunday, March 29, 2026
39.1 C
Odisha

    ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ବିଜୟ ଏବଂ ତ୍ରିଶା, ଚେନ୍ନାଇରେ ରିସେପ୍ସନ ଭିଡିଓ ଭାଇରଲ

    ଆଗକୁ ପଢନ୍ତୁ

    ଛାଡପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କୃଷ୍ଣନ । ଚେନ୍ନାଇରେ ପ୍ରଯୋଜକ କଳ୍ପନା ଏସ. ସୁରେଶ ଏବଂ ମୀନାକ୍ଷୀ ସୁରେଶଙ୍କ ପୁଅର ବିବାହ ରିସେପ୍ସନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବିବାହ ଭୋଜିକୁ ଦୁହେଁ ଏକାଠି ପହଞ୍ଚିଥିଲେ । ବିବାହ ରିସେପ୍ସନରେ ଯୋଗଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।ସୁପରଷ୍ଟାର ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ ଡିସେମ୍ବର ୨୦୨୫ ରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବ୍ୟକ୍ତି ରିସେପ୍ସନରେ ଯୋଗ ଦେଇଥିଲେ । ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କର ଗୁଜବ ମଧ୍ୟରେ ବିଜୟ ଏବଂ ତ୍ରିଶାଙ୍କ ଏହି ଭାଇରଲ ଭିଡିଓକୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗିରହିଛି ।୨୭ ଫେବୃଆରୀରେ ସଙ୍ଗୀତାଙ୍କ ଛାଡପତ୍ର ଆବେଦନ ସୋସିଆଲ ମିଡିଆରେ ପ୍ରକାଶ ପାଇଲା, ଯେଉଁଥିରେ କୋର୍ଟଙ୍କୁ ସେମାନଙ୍କ ୨୭ ବର୍ଷର ବୈବାହିକ ଜୀବନକୁ ଭାଙ୍ଗିବା ପାଇଁ ଅନୁରୋଧ କରାଯାଇଥିଲା । ସଙ୍ଗୀତା ତାଙ୍କ ଆବେଦନରେ ବିଜୟଙ୍କ ଉପରେ ବିବାହ ବାହାର ସମ୍ପର୍କ ଥିବାର ଅଭିଯୋଗ କରିଥିଲେ ।ବିଜୟ ଏବଂ ତ୍ରିଶା ପ୍ରଥମେ ‘‘ଘିଲି’’, “ଥିରୁପାଚି,” “ଆଥି,” ଏବଂ “କୁରୁଭି” ଭଳି ଫିଲ୍ମରେ ଏକାଠି କାମ କରିଥିଲେ । ୧୫ ବର୍ଷର ବ୍ୟବଧାନ ପରେ ଏହି ଯୋଡ଼ି ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶିତ “ଲିଓ” ରେ ଏକାଠି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ