Sunday, March 29, 2026
39.1 C
Odisha

    ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ, କାହାକୁ ନକହିବାକୁ ଦେଉଥିଲେ ଧମକ

    ଆଗକୁ ପଢନ୍ତୁ

    ବଣାଇ: ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ।

    ଆଧାର ସଂଶୋଧନ କରିବା ବାହାନା କରି ସଂପୃକ୍ତ ଛାତ୍ରୀଙ୍କୁ ବଣାଇକୁ ଆଣୁଥିଲେ। ପରେ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରୁଥିଲେ। କାହାକୁ ନକହିବାକୁ ଧମକ ଦେଉଥିଲେ। ଆଜି ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଶିକ୍ଷକ ତାପସ୍ ସାର୍ ଙ୍କୁ ଗିରଫ କରିଛି ଲହୁଣୀପଡ଼ା ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ