Tuesday, April 28, 2026
31.3 C
Odisha

    ଜନଜାତିଙ୍କ ଜମି ହସ୍ତାନ୍ତର ସଂପର୍କିତ ନିଷ୍ପତ୍ତିକୁ କ୍ୟାବିନେଟ୍ ରେ ନାମଞ୍ଜୁର, ଆଦିବାସୀଙ୍କ ସଂପତ୍ତି ହୋଇପାରିବନି ହସ୍ତାନ୍ତର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜନଜାତିଙ୍କ ଜମି ହସ୍ତାନ୍ତର ସଂପର୍କିତ ନିଷ୍ପତ୍ତିକୁ ନାମଞ୍ଜୁର । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ନାମଞ୍ଜୁର । ଆଜି ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦ (TAC) ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।

    ଏହି ବୈଠକରେ ୧୯୫୬ ଜମିଜମା ହସ୍ତାନ୍ତରଣ ଆଇନର ନିୟମାବଳୀ -୨ର ସଂଶୋଧନ ପ୍ରସ୍ତାବକୁ ନାମଞ୍ଜୁର କରାଯାଇଛି। ୨୦୨୩ ଜୁଲାଇ ୧୧ ତାରିଖରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ପ୍ରସ୍ତାବ ଆସିଥିଲା । ପରେ ୨୦୨୩ ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା ।

    ତେବେ ୨୦୨୪ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ନାମଞ୍ଜୁର କରାଯାଇଥିଲା। ଆଜି ଜନଜାତି ଉପଦେଷ୍ଟା ପରିଷଦ ମଧ୍ୟ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଛି । ଏହା ଫଳରେ ଆଦିବାସୀ ମାନଙ୍କ ସଂପତ୍ତିକୁ ହସ୍ତାନ୍ତର କରାଯାଇପାରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    40 %
    6.3kmh
    60 %
    Tue
    40 °
    Wed
    43 °
    Thu
    43 °
    Fri
    42 °
    Sat
    41 °

    ସମ୍ବନ୍ଧିତ