Thursday, October 15, 2026
23.8 C
Odisha

    ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଲଗାଯାଏ ୫୬ ଭୋଗ, କରନ୍ତୁ ନାହିଁ ଏହି ସବୁ ଭୁଲ୍‌

    ଆଗକୁ ପଢନ୍ତୁ

    ଯଦି ଆପଣ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଛପନ ଭୋଗ ଲଗାଇବାକୁ ଯାଉଛନ୍ତି, ତେବେ ପ୍ରଥମେ ଏହା ସହ ଜଡ଼ିତ କିଛି ଜରୁରୀ ନିୟମ ନିଶ୍ଚିତ ଭାବେ ଜାଣି ନିଅନ୍ତୁ । ଭୋଗର ପବିତ୍ରତାଠାରୁ ଆରମ୍ଭ କରି ତୁଳସୀ ପାତ୍ର ପର୍ଯ୍ୟନ୍ତ, କିଛି ଏମିତି ଭୁଲ୍‌ ଅଛି ଯାହା କରିବାରୁ ଦୂରେଇ ରହିବା ଉଚିତ୍ ।

    ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ପର୍ବକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଏ । ଏହି ଦିନ ଭକ୍ତମାନେ ଉପବାସ ରଖନ୍ତି, ମନ୍ଦିର ଓ ଘରେ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର କରନ୍ତି ଏବଂ ତାଙ୍କର ପ୍ରିୟ ଖାଦ୍ୟର ଭୋଗ ଲଗାନ୍ତି । ବାଳ ଗୋପାଳଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଭକ୍ତ ବିଶେଷ ଭାବରେ ଛପନ ଭୋଗ ମଧ୍ୟ ଅର୍ପଣ କରନ୍ତି । ତେବେ ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନଙ୍କୁ ଭୋଗ ଲଗାଇବା ସମୟରେ କିଛି ନିୟମ ଓ ପବିତ୍ରତାର ବିଶେଷ ଧ୍ୟାନ ରଖିବା ଜରୁରୀ ।

    ଭଗବାନ ଶ୍ରୀକୃଷ୍ଣଙ୍କୁ ୫୬ ଭୋଗ ଲଗାଇବାର ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି । ଏହା ସହ ଏକ ପୌରାଣିକ କଥା ମଧ୍ୟ ଜଡ଼ିତ ରହିଛି । କୁହାଯାଏ, ମାତା ଯଶୋଦା ବାଳକୃଷ୍ଣଙ୍କୁ ପ୍ରତିଦିନ ଆଠ ପ୍ରହର ଭୋଜନ କରାଉଥିଲେ । ଯେତେବେଳେ ଇନ୍ଦ୍ରଙ୍କ କୋପରୁ ବ୍ରଜବାସୀଙ୍କୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ସାତ ଦିନ ପର୍ଯ୍ୟନ୍ତ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ, ସେତେବେଳେ ଭଗବାନ ଲଗାତାର ସାତ ଦିନ ଓ ଆଠ ପ୍ରହର କିଛି ଖାଇନଥିଲେ । ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିବା ପରେ ଏବଂ ବର୍ଷା ଶାନ୍ତ ହେବା ପରେ ବ୍ରଜବାସୀମାନେ ମିଳିତ ଭାବେ ୭ ଦିନ, ୮ ପ୍ରହର, ଅର୍ଥାତ୍ ୫୬ ପ୍ରକାରର ଭୋଗ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଥିଲେ । ଯଦି ଆପଣ ମଧ୍ୟ ଏହି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଛପନ ଭୋଗ ଲଗାଇବାକୁ ଯାଉଛନ୍ତି, ତେବେ ଆସନ୍ତୁ ଜାଣିବା ଛପନ ଭୋଗ ଲଗାଇବାର କିଛି ଜରୁରୀ ନିୟମ ବିଷୟରେ ।

    ଛପନ ଭୋଗ ଲଗାଇବାର ନିୟମ:
    ଶୁଦ୍ଧତା ଓ ସାତ୍ତ୍ୱିକତା:
    ଭୋଗର ସମସ୍ତ ବ୍ୟଞ୍ଜନ ସମ୍ପୂର୍ଣ୍ଣ ଶୁଦ୍ଧ ଓ ସାତ୍ତ୍ୱିକ ହେବା ଉଚିତ୍ । ଛପନ ଭୋଗର ସମସ୍ତ ଖାଦ୍ୟ ଦେଶୀ ଘିଅରେ ପ୍ରସ୍ତୁତ କରିବା ଉଚିତ୍ ବୋଲି ମାନ୍ୟତା ରହିଛି । ଏଥିରେ ପିଆଜ ଓ ରସୁଣ ବ୍ୟବହାର କରିବା ନିଷେଧ ବୋଲି ଧରାଯା ଏ।

    ତୁଳସୀ ପତ୍ର ରଖିବା ଜରୁରୀ:
    ଭଗବାନ ଶ୍ରୀକୃଷ୍ଣଙ୍କୁ ଲଗାଯାଉଥିବା ପ୍ରତ୍ୟେକ ଭୋଗରେ ତୁଳସୀ ପତ୍ର ରଖିବା ଜରୁରୀ ବୋଲି ମାନ୍ୟତା ରହିଛି । ତୁଳସୀ ବିନା ଭଗବାନ ଭୋଗ ଗ୍ରହଣ କରନ୍ତି ନାହିଁ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।

    ପାତ୍ରର ଚୟନ:
    ଭଗବାନଙ୍କୁ ଭୋଗ ସୁନା, ରୁପା, ତମ୍ବା, ପିତ୍ତଳ, କାଠ କିମ୍ବା ମାଟିର ପାତ୍ରରେ ଅର୍ପଣ କରିବା ଉଚିତ ବୋଲି ଧାର୍ମିକ ମାନ୍ୟତା ରହିଛି । ଷ୍ଟିଲ୍ କିମ୍ବା ପ୍ଲାଷ୍ଟିକ୍ ପାତ୍ର ବ୍ୟବହାର ନକରିବାକୁ କୁହାଯାଏ ।

    ଜଳର ପାତ୍ର:
    ଭୋଗ ସହିତ ଭଗବାନଙ୍କ ସମ୍ମୁଖରେ ଆଦର ପୂର୍ବକ ଏକ ଛୋଟ ଜଳଭରା ପାତ୍ର ମଧ୍ୟ ରଖିବା ଉଚିତ୍ । ଏହାକୁ ଜଳ ପ୍ରକ୍ଷାଳନ ପାଇଁ ରଖାଯାଏ ।

    ସମୟାବଧି:
    ଭୋଗକୁ ଭଗବାନଙ୍କ ସମ୍ମୁଖରେ କିଛି ସମୟ ରଖି ଘଣ୍ଟି ବଜାନ୍ତୁ କିମ୍ବା ତାଳି ବଜାଇ ତାଙ୍କର ଆହ୍ୱାନ କରନ୍ତୁ । ଏହା ପରେ କିଛି ସମୟ ପାଇଁ, ପ୍ରାୟ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ, ମନ୍ଦିର କିମ୍ବା ପୂଜା ଘରର ପରଦା ବନ୍ଦ କରନ୍ତୁ କିମ୍ବା ନିଜେ ସେଠାରୁ ଦୂରେଇ ଯାଆନ୍ତୁ ।

    ପ୍ରସାଦ ହଟାଇବାର ସମୟ:
    ଭୋଗକୁ ଭଗବାନଙ୍କ ସମ୍ମୁଖରେ ଅଧିକ ସମୟ କିମ୍ବା ସାରା ଦିନ ରଖିବା ଉଚିତ୍ ନୁହେଁ । ୫ରୁ ୧୦ ମିନିଟ୍ ମଧ୍ୟରେ ଭୋଗକୁ ହଟାଇ ତାହାକୁ ପ୍ରସାଦ ଭାବେ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦେବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ