Tuesday, September 29, 2026
23.2 C
Odisha

    ଦହି ଓଜନ ନିୟନ୍ତ୍ରିତ କରିବା ସହ ଦିଏ ଅନେକ ସମସ୍ୟାରୁ ମୁକ୍ତି

    ଆଗକୁ ପଢନ୍ତୁ

    ଦୈନନ୍ଦିନ ଖାଦ୍ୟରେ ଅଧିକାଂଶ ଦହି,କ୍ଷୀର ଏହାକୁ ସାମିଲ କରିଥାଆନ୍ତି। ଏହାସହ ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ନିୟମିତ ଖରାବେଳର ଖାଦ୍ୟରେ ଦହି ସେବନ କରିବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ।

    ଦହିରେ ଅନେକ ଉତ୍ତମ ବ୍ୟାକ୍ଟେରିଆ ସହ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଖାଦ୍ୟ ନଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ୍‌‌, ଏସିଡିଟି ସହ ପେଟ ଜନିତ ଅନେକ ରୋଗ ରହିଛି, ସେମାନେ ଏହାକୁ ଦୂର ପାଇଁ ଦହିର ସେବନ କରି ପାରିବେ। ଏହା ଅତ୍ୟନ୍ତ ଲାଭଦାୟକ।

    ଦହିରେ ପ୍ରୋଟିନ୍‌‌, କ୍ୟାଲସିୟମ ଓ ଭିଟାମିନ୍‌‌ ବି ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଖରାବେଳ ସମୟରେ ଦହି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ବ୍ୟାୟାମ ଓ ଦୈନିକ କାର୍ଯ୍ୟକଳାପ କରିବା ପାଇଁ ସହାୟକ ହୋଇଥାଏ।

    ଦହି ସେବନ ଦ୍ୱାରା ଶରୀରର ଉଷ୍ଣତାକୁ ହ୍ରାସ କରିଥାଏ। ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଖରାଦିନେ ଶରୀରରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଦହି ସେବନ ଦ୍ୱାରା ଏହା ଖରାଦିନେ ହେଉଥିବା ହୃଦଘାତ ଓ ଦାନ୍ତ ଜନିତ ଅନେକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

    ଦହି ଖାଇବା ଦ୍ୱାରା ନିୟମିତ ଭାବେ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଫଳରେ ଲୋକେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ। ଏହା ବ୍ୟତୀତ ଦହିରେ ପ୍ରୋଟିନ୍‌‌ ରହିଛି, ଫଳରେ ଏହାକୁ ଖାଇବା ଦ୍ୱାରା ଭୋକ କମ୍‌‌ ହୋଇଥାଏ।

    ଦହିରେ ଥିବା ପୋଷକ ତତ୍ତ୍ୱ ତ୍ୱଚା ପାଇଁ ବେଶ ଲାଭଦାୟକ। ଏଥିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ତ୍ୱଚାକୁ ସୁସ୍ଥ ରଖିବା ସହ ଏହାର ଚମକ ବୃଦ୍ଧି କରିଥାଏ। ତ୍ୱଚାରେ ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

    ଦହିରେ କ୍ୟାଲସିୟମ, ଭିଟାମିନ୍‌‌ ଡି ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଯାହା ହାଡ ଓ ଦାନ୍ତ ପାଇଁ ଲାଭଦାୟକ। ତେଣୁ ଖରାବେଳର ଖାଦ୍ୟରେ ଦହିର ସେବନ ନିଶ୍ଚୟ କରିବା ଉଚିତ୍‌‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ