Monday, February 24, 2025
19.1 C
Odisha

    ଜମ୍ମୁ-କାଶ୍ମୀରରେ ଗୋଟିଏ ଆସନ ଜିତିଲା ଆପ୍‌

    ଆଗକୁ ପଢନ୍ତୁ

    ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି। ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆପ ସରପ୍ରାଇଜ କରିଛି। ଗୋଟିଏ ଆସନ ଜିତିଛି। ଡୋଡାରୁ ବିଜୟୀ ହୋଇଛନ୍ତି ଆପ ପ୍ରାର୍ଥୀ ମେହରାଜ ମଲିକ। ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର ୭୭୦ ଖଣ୍ଡ ଭୋଟରେ ଜିତିଛନ୍ତି । ମେହରାଜ ମଲ୍ଲିକ ୨୨ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଗଜୟା ସିଂହ ରାଣାଙ୍କୁ ୧୮ ହଜାର ୧୭୪ ଖଣ୍ଡ ଭୋଟ ମିଳିଛି। ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୪୬ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୯ ସିଟରେ ଓ ପିଡିପି ୪ ଟି ସିଟରେ ଆଗୁଆ ରହିଛି। ସ୍ବାଧୀନପ୍ରାର୍ଥୀ ୧୧ ଟି ସିଟରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ଆପ ବିଜୟୀ ଲାଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.1 ° C
    19.1 °
    19.1 °
    32 %
    1.5kmh
    0 %
    Sun
    19 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ