Friday, April 3, 2026
39.1 C
Odisha

    ଜାଣନ୍ତୁ ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ   :    ଚନ୍ଦ୍ରଙ୍କ ଶୁଭପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ସହକର୍ମୀଙ୍କ ସହାୟତାରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ।
    ବୃଷ :  ରିପୁଭାବସ୍ଥ ଚନ୍ଦ୍ର ହେତୁ ନିଜ ପରିସରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସ୍ବାସ୍ଥ୍ୟହାନି କାରଣରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ସମ୍ପର୍କୀୟଙ୍କ ଦ୍ୱାରା ପ୍ରତିବନ୍ଧକ ହେତୁ ବ୍ୟବସାୟକୁ ସଙ୍କୁଚିତ କରିନେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତରେ ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ବଳରେ କାମ ହାସଲ କରିବେ।
    ମିଥୁନ  :   ଧନାଧିପ କେନ୍ଦ୍ରସ୍ଥ ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଉପର ଅଧିକାରୀଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ। କୌଣସି ଜିନିଷ ଦେବାକୁ ପ୍ରତଶ୍ରୁତି ଦେଇଥିବା ବନ୍ଧୁ ସାଧାରଣ କଥାରେ ମୁହଁ ଫେରାଇ ନେଇପାରନ୍ତି।
    କର୍କଟ   :  କର୍ମକ୍ଷେତ୍ର ସମସ୍ୟାର ସରଳ ସମାଧାନ ହେତୁ ମାନସିକ ସ୍ଥିରତା ଆସିବ। ଶନି ଦୃଷ୍ଟ ମଙ୍ଗଳ ଯୋଗୁ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାର ଆଶା ରହିଛି। ବ୍ୟବସାୟ, ସଭାସମିତି, ବନ୍ଧୁଙ୍କସହ ଆଲୋଚନା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ।
    ” alt=”” aria-hidden=”true” />
    ସିଂହ  :  ବୁଧ ଓ ଶୁକ୍ରଙ୍କ ସଂଯୋଗ ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି। ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ସହକର୍ମୀମାନଙ୍କ ଶୁଭକାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବାକୁ ବାଧ୍ୟ ହେବେ।
    କନ୍ୟା :  ତୃତୀୟଷଷ୍ଠାଧିପଙ୍କ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସଭାସମିତିରେ ଅଥବା କୌଣସି ସିଦ୍ଧାନ୍ତ ନେବାରେ, ବନ୍ଧୁଙ୍କ ବିଚାର ଆପଣଙ୍କ ସପକ୍ଷରେ ରହିପାରେ। ବ୍ୟବସାୟରେ କ୍ଷତିର ଭରଣା କରି ଋଣ ପରିଶୋଧ କରିବେ। ବନ୍ଧୁଙ୍କ ସହ ଆଲୋଚନା କାଳରେ ନୀତିଗତ କାରଣରୁ ପ୍ରଶଂସିତ ହେବେ।
    ତୁଳା  :   ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଆଜିର କାମ ପାଇଁ କିଛି ଅସୁବିଧା ହେବନାହିଁ। ଗୁରୁକୃପାରୁ ସହକର୍ମୀମାନଙ୍କ ନିକଟରୁ ନିର୍ଭର ପ୍ରତିଶ୍ରୁତି ଲାଭ କରି ଦୁଶ୍ଚିନ୍ତାର ମାତ୍ରା କମିଯିବ। ପରିବାରର ବୟସ୍କ ବ୍ୟକ୍ତିମାନଙ୍କର ପରାମର୍ଶ ଅନୁଯାୟୀ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
    ବିଛା  :  ରାଶ୍ୟାଧିପ ମଙ୍ଗଳ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ମାନସିକ ଶାନ୍ତି ବ୍ୟାହତ ହେବ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ। ପରିବହନ, ଏଜେନ୍ସିପ୍‌, ହୋଟେଲ, ଷ୍ଟେସନାରି ଓ ବିଦ୍ୟୁତ୍‌ ବ୍ୟବସାୟରେ ଉନ୍ନତି କରିବେ। ବିଳମ୍ବରେ ପ୍ରଶାସନିକ ସ୍ତରରେ ଏବଂ ପ୍ରକାଶନରେ ଶୁଭଫଳ ପାଇବେ।
    ଧନୁ   :  କର୍ମାଧିପ ରାଶିରେ ଥିବାରୁ ପରିସ୍ଥିତିର ତାଡ଼ନାରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ଅବହେଳିତ କାମ ସକାଶେ ଅନୁତାପ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ବାଣିଜ୍ୟ, ସାଂଗଠନିକ କର୍ମ ସମ୍ପାଦନରେ ମୁଖ୍ୟଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
    ମକର :  ସପ୍ତମକେନ୍ଦ୍ରରେ ଶୁକ୍ରଙ୍କ ଯୋଗୁ ବନ୍ଧୁଙ୍କ ଆହ୍ବାନ କ୍ରମେ ଦୂରଯାତ୍ରା କରିବା ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବ। ପିଲାଙ୍କ ଆଚରଣରେ ପରିବର୍ତ୍ତନଜନିତ ଦୁଃଖ ମନରେ ଆସିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଜିନିଷ ପ୍ରାପ୍ତି ହେତୁ ଖୁସି ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଭଲ ଧାରଣା ହ୍ରାସ ପାଇପାରେ।
    କୁମ୍ଭ  :   ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା କମି ମନୋବଳ ବୃଦ୍ଧି ପାଇବ। ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ପ୍ରାୟୋଜିତ ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ। ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ପୂର୍ବ କଳହକୁ ମନେପକାଇ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି।
    ମୀନ  :   ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ଆନୁଷ୍ଠାନିକ କାମରେ ବନ୍ଧୁମିଳନ ହେତୁକ ଆନନ୍ଦ ଲାଭ କରିବେ। ସରକାରୀ ସ୍ତରରେ ପାଇଥିବା ପ୍ରତିଶ୍ରୁତିର ସବୁଜସଙ୍କେତ ପାଇ ଆନନ୍ଦ ଅନୁଭବ କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ମିତ୍ରବନ୍ଧୁମାନେ ଅସହଯୋଗ କରିପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ