Thursday, September 19, 2024
25.2 C
Odisha

    ଜୀବନସାଥୀ ସହ ସୁନ୍ଦର ଓ ଦୀର୍ଘସ୍ଥାୟୀ ସମ୍ପର୍କର ରହସ୍ୟ

    ଆଗକୁ ପଢନ୍ତୁ

     

    ଦର୍ଶକବନ୍ଧୁ ଜୀବନରେ ଏକ ସୁନ୍ଦର ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ଗଢି ତୋଳିବାକୁ ସମସ୍ତେ ପସନ୍ଦ କରନ୍ତି । ନିଜ ପସନ୍ଦ ର ପୁରୁଷ ବା ମହିଳାଙ୍କ ସହିତ ଏକ ସୁନ୍ଦର ଏବଂ ସୁସ୍ଥ ସମ୍ପର୍କ ଆରମ୍ଭ କରିବା ଯେତିକି ସହଜ ହୋଇଥାଏ ତା’ଠାରୁ ଢେର ଅଧିକ କଷ୍ଟକର ହୁଏ ସେହି ସମ୍ପର୍କର ମଧୁରତା ଏବଂ ଘନିଷ୍ଠତାକୁ ଦୀର୍ଘ ସମୟ ଯାଏଁ ବଜାୟ ରଖିବା । ସମ୍ପର୍କକୁ ସୁରୁଖୁରୁ ରେ ଆଗେଇ ନେବାକୁ ସମସ୍ତେ ଚାହାନ୍ତି । ମାତ୍ର ଏଥିରେ ସଫଳ ହେବାକୁ ହେଲେ ଉଭୟଙ୍କ ସମାନ ପ୍ରୟାସ ର ଆବଶ୍ୟକତା ରହିଛି । ସମ୍ପର୍କ କୁ ଦୀର୍ଘସ୍ଥାୟୀ କରିବା ପାଇଁ ଦୁଇ ସାଥୀଙ୍କ ସମାନ ଭାବରେ ଯୋଗଦାନ ନିହାତି ଜରୁରୀ ଅଟେ । ଆଜିର ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଚୁ କେତୋଟି ଟିପ୍ସ ଯାହାକୁ କାମରେ ଲଗାଇ ଆପଣ ନିଜର ସମ୍ପର୍କକୁ ସୁଖ ଏବଂ ସନ୍ତୁଷ୍ଟି ରେ ଭରିଦେଇ ପାରିବେ ।

    1. ନିଜ ସାଥୀଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରନ୍ତୁ : ଅନେକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କିମ୍ବା ନିଜ ସମ୍ପର୍କୀୟଙ୍କ ସାମ୍ନାରେ ନିଜ ପାର୍ଟନର ପ୍ରତି ସ୍ନେହ କିମ୍ବା ଯତ୍ନ ଦେଖାଇବାକୁ କୁଣ୍ଠାବୋଧ କରିଥାନ୍ତି । ସେମାନେ କେବଳ ଏକୁଟିଆ ଥିବା ସମୟରେ ହିଁ ଏସବୁ କରିବାକୁ ଠିକ ବୋଲି ମନେ କରନ୍ତି । ମାତ୍ର ଏପରି ନକରି ଆବଶ୍ୟକ ସ୍ଥଳରେ ସର୍ବସାଧାରଣରେ କିମ୍ବା ସମ୍ପର୍କୀୟ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ନାରେ ନିଜ ସାଥୀର ଯତ୍ନ ନେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଏହା ସହ କିଛି କିଛି ସମୟ ଗ୍ୟାପରେ  ତାଙ୍କୁ ସରପ୍ରାଇଜ୍ ମଧ୍ୟ ଦିଅନ୍ତୁ । ଏହା ତାଙ୍କୁ ଖୁସି ଦେବ ଏବଂ ଆପଣଙ୍କ ସମ୍ପର୍କକୁ ମଜବୁତ ରଖିବ ।
    2. କୌଣସି ସମସ୍ୟାର ମିଳିମିଶି ସମାଧାନ କରନ୍ତୁ : ଆପଣଙ୍କ ସମ୍ପର୍କ ମଝିରେ ଉଠିଥିବା କୌଣସି ବି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ଦୀର୍ଘ ସମୟ ଧରି କୌଣସି ସମସ୍ୟାର ସମାଧାନ ନକରି ଛାଡିଦେଲେ ଏହା ସମ୍ପର୍କରେ ତିକ୍ତତା ଭରି ଦେଇଥାଏ । ତେଣୁ,ଏକାଠି ବସି ଶାନ୍ତ ମନରେ କଥାବାର୍ତ୍ତା ହୋଇ ଅନ୍ତର୍ନିହିତ ସମସ୍ୟାଗୁଡ଼ିକୁ ସମାଧାନ କରିବା ଭଲ ଯାହା ଆପଣଙ୍କୁ ଉଭୟଙ୍କୁ ବ୍ୟଥିତ କରୁଛି ଏବଂ ଆପଣଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି କରୁଛି ।
    3. ନିଜ ଚେହେରା ତଥା ଆପିଅରାନ୍ସ ପ୍ରତି ଧ୍ୟାନ ଦିଅନ୍ତୁ : ସମ୍ପର୍କ ଯେତେବେଳେ ନୂଆ ଥାଏ ସେତେବେଳେ ଆମେ ନିଜକୁ ସଜାଇବା ଏବଂ ସୁନ୍ଦର ଦେଖାଯିବାକୁ ଅନେକ ଚେଷ୍ଟା କରିଥାନ୍ତି । ମାତ୍ର ଧୀରେ ଧୀରେ ସମୟ ବିତିବା ସହିତ ଆମେ ଏସବୁ କରିବା ବନ୍ଦ କରିଦିଅନ୍ତି । ନିଜ ଚେହେରା କିମ୍ବା ସୁନ୍ଦରତା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏହାଫଳରେ ପରସ୍ପର ପ୍ରତି ଥିବା ଆଗ୍ରହ ତଥା ଉତ୍ସାହ କମିଯାଏ । ଏହା ବଦଳରେ ସାଥୀଙ୍କୁ ସବୁବେଳେ ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରନ୍ତୁ। ସେମାନେ ପସନ୍ଦ କରୁଥିବା ପୋଷାକ କିମ୍ବା ଦେଇଥିବା ଉପହରକୁ ବାରମ୍ବାର ପିନ୍ଧନ୍ତୁ । ନିଜର ଯତ୍ନ ନିଅନ୍ତୁ, ହାଇଡ୍ରେଟେଡ୍ ରୁହନ୍ତୁ ଏବଂ ତ୍ୱଚାକୁ ମଶ୍ଚରାଇଜ୍ କରନ୍ତୁ । ଯୋଗ,ବ୍ୟାୟାମ ଓ ଧ୍ୟାନ କରନ୍ତୁ ।
    4. ଡେଟ ନାଇଟ ପ୍ଲାନ କରନ୍ତୁ : ମାସକୁ ଥରେ କିମ୍ବା ଦୁଇ ଥର ଡେଟ ନାଇଟ ନିଶ୍ଚୟ ପ୍ଲାନ କରନ୍ତୁ । ଡିନର ଡେଟ କିମ୍ବା ମୁଭି ଡେଟ ଅଥବା ଯାହା ଆପଣଙ୍କ ଦୁହିଙ୍କ ପସନ୍ଦ । ନିଜର ଶ୍ରେଷ୍ଠ ପୋଷାକ ପିନ୍ଧନ୍ତୁ, ପରସ୍ପର ସହ କିଛି ଭଲ ସମୟ ବିତାନ୍ତୁ । ଏକାଠି ଭଲ ସମୟ ଉପଭୋଗ କରନ୍ତୁ , ହସନ୍ତୁ, ମଜା ନିଅନ୍ତୁ । ଏସବୁ ଆପଣଙ୍କ ସମ୍ପର୍କରେ ନୂଆପଣ ଏବଂ ଉତ୍ସାହକୁ ବଜାୟ ରଖିଥାଏ ।
    5. ଗଭୀର ଆଲୋଚନା : ସବୁବେଳେ ହସ ମଜା କିମ୍ବା ସ୍ମଲ ଟକ ଆଦିରେ ଇନ୍ଭଲବ ନରହି ବେଳେବେଳେ ସମ୍ପର୍କ, ଜୀବନ ତଥା ନିଜ ବିଷୟରେ ଗଭୀର ଆଲୋଚନା କରନ୍ତୁ । ପରସ୍ପରକୁ ଭଲଭାବରେ ଜାଣନ୍ତୁ । ନିଜ ସାଥୀଙ୍କର ଆଗ୍ରହ, ଶକ୍ତି ଏବଂ ଦୁର୍ବଳତା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ ସୁରକ୍ଷିତ ଅନୁଭବ କରାନ୍ତୁ ଯେପରି ସେ ନିଜର ସମସ୍ତ କଥା ଆପଣଙ୍କୁ ଖୋଲି କହି ପାରିବେ । ପରସ୍ପରକୁ ଭଲଭାବେ ଜାଣିବା ଓ ବୁଝିବା ପରେ ଯାଇ ଆପଣ ଦୁହିଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଗଢି ହୋଇପାରିବ ।
    6. ପରସ୍ପର ଉପରେ ବିଶ୍ଵାସ ରଖନ୍ତୁ ଏବଂ ଉତ୍ସାହିତ କରନ୍ତୁ : ଜୀବନର ପ୍ରତିଟି ପରିସ୍ଥିତିରେ ପରସ୍ପରକୁ ସମର୍ଥନ କରନ୍ତୁ । ଲକ୍ଷ୍ୟ ହାସଲ କରିବା ଦିଗରେ ସାଥୀଙ୍କୁ ଯଥାସମ୍ଭବ ସହଯୋଗ କରନ୍ତୁ ଏବଂ ଆବଶ୍ୟକ ସମୟରେ ସବୁବେଳେ ସାଥୀଙ୍କ ପାଖରେ ଛିଡା ହୁଅନ୍ତୁ ।

    ଏହିସବୁ ଛୋଟ ଛୋଟ କଥା ଗୁଡିକ ଉପରେ ଧ୍ୟାନ ଦେଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସି ଏବଂ ପରିପୂର୍ଣ୍ଣତାରେ ଭରିଯିବଏବଂ ଆପଣଙ୍କ ସମ୍ପର୍କ ସୁଦୃଢ ତଥା ଦୀର୍ଘସ୍ଥାୟୀ ହୋଇ ପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ