Sunday, February 1, 2026
19.9 C
Odisha

    ଜେଲରୁ ମୁକୁଳିଲେ ସୁଶୀଲ କୁମାର; ଜୁନିଅର କୁସ୍ତିଯୋଦ୍ଧାଙ୍କୁ କରିଥିଲେ ହତ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ତିହାର ଜେଲରୁ ମୁକୁଳିଛନ୍ତି। ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡ଼ଙ୍କ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୪ ତାରିଖରେ ହାଇକୋର୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜୁନିଅର ଜାତୀୟ କୁସ୍ତି ଚାମ୍ପିଅନ ସାଗର ଧନଖଡ଼ଙ୍କ ସହିତ ଏକ ସମ୍ପତ୍ତି ବିବାଦକୁ ସୁଶୀଲ କୁମାରଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ସୁଶୀଲ ଧନଖଡ଼ଙ୍କ ଉପରେ ଆକ୍ରମଣ କରିଥିଲେ। ସୁଶୀଲଙ୍କ ଆକ୍ରମଣରେ ଧନଖଡ଼ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାର ସଙ୍ଗେସଙ୍ଗେ ପୁଲିସ ସୁଶୀଲଙ୍କୁ ଗିରଫ କରି ନେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.9 ° C
    19.9 °
    19.9 °
    49 %
    2kmh
    100 %
    Sun
    19 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ