Monday, September 14, 2026
30.3 C
Odisha

    ଆଜି ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। କୋଟିଏ ୬୪ ହଜାର ମହିଳାଙ୍କୁ ଆଜି ଏକାଥରେ ସରକାର ଦେବେ ସୁଭଦ୍ରାର ଦ୍ୱିତୀୟ କିସ୍ତି। ଆନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟର ୫ ହଜାର ଲେଖାଏଁ ଟଙ୍କା। ଆକାଉଣ୍ଟକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା। ଏବେସୁଦ୍ଧା ଯେତେ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି। ସେ ସମସ୍ତଙ୍କୁ ଆଜି ଆଉ ଥରେ ଦ୍ୱିତୀୟ କିସ୍ତିରେ ୫ ହଜାର ଲେଖାଏଁ ଦେବେ ରାଜ୍ୟ ସରକାର। କହିବାକୁ ଗଲେ ମାର୍ଚ୍ଚ ୬ ତାରିଖ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପାଇଥିବା ମହିଳା ଆଜି ବି ଆଉ ପାଞ୍ଚ ହଜାର ଟଙ୍କା ପାଇବେ।

    ତେବେ ଏବେସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର। ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ଥିବା ବେଳେ, ଏହି ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣମିରେ ଏକାଥରେ ୧୫ ହଜାର ଟଙ୍କା ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    64 %
    1.9kmh
    17 %
    Mon
    30 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ