Tuesday, March 24, 2026
24.7 C
Odisha

    ଟଙ୍କା କାରବାରକୁ ନେଇ ତୁମୁଳକାଣ୍ଡ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ମରୈଗାଁ ଛକରେ ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ ଘଟିଛି। ଜଣେ ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଏହାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଗୋଟିଏ କୁକୁଡ଼ା ଦୋକାନ ଓ ବାଇକ୍‌ ଜାଳି ଦେଇଛନ୍ତି।
    ମରୈଗାଁ ଗ୍ରାମର ଅମର ସେଠୀ ଛକରେ ଜନସେବା କେନ୍ଦ୍ର ଖୋଲିଛନ୍ତି। କିଛିଦିନ ତଳେ ଚଣ୍ଡିବିରଞ୍ଚିପୁର ଗ୍ରାମର ପ୍ରତାପ ଯେନା ଜନସେବା କେନ୍ଦ୍ରକୁ ଆସି ନିଜ ଇପିଏଫ୍‌ ଟଙ୍କା ଉଠାଇବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଆଉଥରେ ମଧ୍ୟ ଟଙ୍କା ଉଠାଇବା ପାଇଁ ଆବେଦନ କରିଥିଲେ। ମାତ୍ର ଟଙ୍କା ନଆସିବାରୁ ସେ ଅମରକୁ ଦୋଷ ଦେଇ ‘ତୁମେ ମୋ ଟଙ୍କା ଉଠାଇ ନେଇଛ’ ବୋଲି କହି ଆସୁଥିଲେ। ଆଜି ସକାଳେ ଏହାକୁ ‌କେନ୍ଦ୍ରକରି ପ୍ରତାପ ଓ ଅମରଙ୍କ ମଧ୍ୟରେ ବଚସା ହୋଇଥଲା। କିଛି ଭଦ୍ରବ୍ୟକ୍ତି ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ