Sunday, April 28, 2024
42.4 C
Odisha

    ଟଙ୍କା ନଥିଲେ ବି ମିଳିବ ଟ୍ରେନ ଟିକେଟ, ଜାଣନ୍ତୁ Indian Railwayର ନୂଆ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଅଧିକାଂଶ ସମୟରେ ଲୋକେ ଟ୍ରେନରେ ଯାତ୍ରା କରିବା ପାଇଁ ଖୁବ ପସନ୍ଦ କରିଥାନ୍ତି । ସ୍ୱଳ୍ପ ଖର୍ଚ୍ଚରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଏକ ସରଳ ମାଧ୍ୟମ ହେଉଛି ଭାରତୀୟ ରେଳ । ତେବେ ଯଦି କେବେ ଏମିତି ପରିସ୍ଥିତି ଉପୁଜେ, ଜଣେ ଯାତ୍ରୀ ଷ୍ଟେସନରେ ଟିକେଟ ନେବା ପାଇଁ ପହଞ୍ଚିବା ବେଳକୁ ଦେଖନ୍ତି ଯେ ତାଙ୍କ ପାଖରେ ଟଙ୍କା ନାହିଁ । ଏମିତି ପରିସ୍ଥିତିରେ ଯାତ୍ରା କରିବା ପାଇଁ ଆପଣ ବଡ଼ ସମସ୍ୟାରେ ପଡ଼ିଯାଆନ୍ତି । କିନ୍ତୁ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ । ଯାହାଦ୍ୱାରା ପାଖରେ ଟଙ୍କା ନଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ ।

    ରେଳବାଇର ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୁ ଧ୍ୟାନରେ ରଖି ଆଗ୍ରା ଡିଭିଜନ୍ ଆଗ୍ରା କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଏହି ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛି। ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଟଙ୍କା ନଥିଲେ ମଧ୍ୟ ଯାତ୍ରା ସମୟରେ ତାଙ୍କର କୌଣସି ଅସୁବିଧା ହେବ ନାହିଁ । କ୍ୟାସଲେସ୍ସ୍ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ପାଇଁ, କ୍ୟୁଆର କୋଡ୍ ମାଧ୍ୟମରେ ଅଣସଂରକ୍ଷିତ ଟିକେଟ୍ ଏବଂ ପ୍ଲାଟଫର୍ମ ଟିକେଟ୍ କ୍ରୟ କରିବାର ସୁବିଧା ପ୍ରଦାନ କରାଯାଇଛି । ଏକ ସ୍ୱତନ୍ତ୍ର କ୍ୟାସଲେସ୍ କାଉଣ୍ଟର ଦ୍ୱାରା ଏହି ସୁବିଧା ଉପଲବ୍ଧ କରାଯାଉଛି । ଏଥିରେ କ୍ୟୁଆର କୋଡ ସ୍କାନର୍ ସହିତ ଫେୟାର ଡିସପ୍ଲେ ମଧ୍ୟ ଲଗାଯାଇଛି । ଯେଉଁଥିରେ ଯାତ୍ରୀମାନେ ପରଦାରେ ସେମାନଙ୍କର ଭଡା ଦେଖିପାରିବେ ଏବଂ ଅନଲାଇନ୍ ପେମେଣ୍ଟ କରିପାରିବେ, ଯାହା ରେଳବାଇ ଏବଂ ଯାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ବୃଦ୍ଧି କରିଥାଏ ।

    ଏହାବ୍ୟତୀତ ଯାତ୍ରୀ ଆଗ୍ରା ଡିଭିଜନର ସମସ୍ତ ଷ୍ଟେସନରେ ଖାଦ୍ୟ ସାମଗ୍ରୀ କିଣିବା ପରେ କ୍ୟୁଆର କୋଡ୍ ମାଧ୍ୟମରେ କ୍ୟାସଲେସ ପେମେଣ୍ଟ କରିପାରିବେ । ଏହାସହିତ ପାର୍କିଂ ସୁବିଧା ପାଇଁ ଦେୟ ମଧ୍ୟ କ୍ୟୁଆର କୋଡ୍ ମାଧ୍ୟମରେ କ୍ୟାସଲେସ ପେମେଣ୍ଟ କରାଯାଇପାରିବ । ଯଦି ଯାତ୍ରୀମାନେ ପେ ଆଣ୍ଡ ୟୁଜ୍ ଶୌଚାଳୟ ବ୍ୟବହାର କରନ୍ତି, ତେବେ ସେଠାରେ ମଧ୍ୟ କ୍ୟାସଲେସ ପେମେଣ୍ଟର ସୁବିଦା ଉପଲବ୍ଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.4 ° C
    42.4 °
    42.4 °
    14 %
    5.2kmh
    10 %
    Sun
    41 °
    Mon
    44 °
    Tue
    44 °
    Wed
    45 °
    Thu
    44 °

    ସମ୍ବନ୍ଧିତ