Monday, October 6, 2025
29.2 C
Odisha

    ଟିକଟକ୍ ଉପରୁ କଟକଣା ହଟିବା କଥା ମିଛ : ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସର୍ଟଭିଡିଓ ଆପ ଟିକଟକ ପୁଣି ଭାରତୀୟ ବଜାରକୁ ଫେରିବା ନେଇ ଗତ ଦୁଇଦିନ ହେଲା ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି । ଟିକଟକ ଉପରୁ କଟକଣା ହଟାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ଓ ଏ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଭିତ୍ତିହୀନ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି । ସେହିପରି ଭାରତ ପ୍ରତ୍ୟାବର୍ତ୍ତନ ସଂପର୍କରେ ଟିକଟକର ମୂଳ କମ୍ପାନୀ ବାଇଟଡାନ୍ସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ । ଟିକଟକକୁ ୫ ବର୍ଷ ପୂର୍ବେ ଭାରତରେ ନିଷିଦ୍ଧ କରାଯାଇଥିଲା । ଗଲଓ୍ବାନ ସଂଘର୍ଷ ପରେ ଭାରତ ସରକାର ଚୀନର ମୋବାଇଲ ଆପଗୁଡ଼ିକୁ ନିଷିଦ୍ଧ କରିଥିଲେ । ସେତେବେଳେ ପ୍ରାୟ ୫୯ଟି ଚୀନା ଆପ ନିଷିଦ୍ଧ ହୋଇଥିଲା । ସେବେଠାରୁ ଭାରତରେ ଟିକଟକ ସକ୍ରିୟ ନଥିଲା । କିନ୍ତୁ ଏବେ ପୁଣି ଭାରତ ଓ ଚୀନ ମଧ୍ୟରେ ସଂପର୍କରେ ସୁଧାର ଆସିଥିବାରୁ ଭାରତ ସରକାର ଚୀନ ଆପଗୁଡ଼ିକୁ ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ସରକାରଙ୍କ ବୟାନ ପରେ ଏହି ଚର୍ଚ୍ଚାରେ ଅବସାନ ଘଟିଛି।

    ସୂଚନାଯୋଗ୍ୟ ଯେ, ଭାରତରେ ଏବେ ଟିକଟକର ଓ୍ବେବସାଇଟର ହୋମପେଜ୍ ଖୋଲୁଥିବାବେଳେ ଆପ କିନ୍ତୁ ଖୋଲୁନାହିଁ । ଏପରିକି ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଆପଷ୍ଟୋରରେ ବି ଏହି ଆପ ଉପଲବ୍ଧ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.2 ° C
    29.2 °
    29.2 °
    73 %
    1.6kmh
    55 %
    Mon
    30 °
    Tue
    29 °
    Wed
    28 °
    Thu
    28 °
    Fri
    29 °

    ସମ୍ବନ୍ଧିତ