Friday, April 3, 2026
39 C
Odisha

    ଟ୍ରକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

    ଆଗକୁ ପଢନ୍ତୁ

    ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେରପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ ନଂ ମୁଖ୍ୟ ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ତିନି ଯୁବକ ଏକ ବାଇକରେ ଅତାବିରା ପଟୁ ଲାଦେର ପାଲି ଛକରେ ବୁଲାଣି କରି ପୁଣି ଅତାବିରା ପଟକୁ ଯିବା ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଦ୍ରୁତ ଗତିରେ ଏକ ଟ୍ରକ ପାଖାପାଖି ପ୍ରାତଃ ୬ଘଣ୍ଟା ସମୟରେ ଜୋରରେ ଧକ୍କା ଦେଇ ଫେରାର ହୋଇଯାଇଛି। ବାଇକ୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ସିଲେଟର ରଞ୍ଜିତ ମୀରିଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ୍ ଚାଳକ ବେଲପଡ଼ା ଗ୍ରାମର ରାଜେଶ୍ ସତନାମି(୧୮) ଓ ସିଂହପାଲି ଚମାର ପଡ଼ାର ନାବାଳକ ରଞ୍ଜନ ମେହେର ଗୁରୁତର ଥିବା ଜଣାପଡିଛି। ବେଲପଡ଼ା ଗ୍ରାମର ରାଜେଶ୍ ସିଂହ ପାଲି ଗ୍ରାମର ନିଜ ଭିଣେଇ ଘରକୁ ବିବାହ ଉତ୍ସବକୁ ଆସିଥିବାବେଳେ ସେଠାରୁ ଦୁଇ ଜଣ ଯୁବକଙ୍କ ସହ ଭିଣେଇକୁ ଗାଡ଼ି ଚାବି ମାଗି ଅତାବିରାକୁ ଯିବା ପାଇଁ କହି ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖବର ପାଇ ଅତାବିରା ପୁଲିସ ପହଞ୍ଚି ମୃତଦେହ ଜବତ କରି ବରଗଡ଼ ଡାକ୍ତରଖାନାକୁ ପଠାଇବା ସହ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ