ଢେଙ୍କାନାଳ: କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମୁକ୍ତାପଶି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି l ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ହେଲେ ଗୁଣ୍ଡିଚାନାଳି ଗାଁର ଚିତ୍ରସେନ ସାହୁଙ୍କ ପୁଅ ବିଶ୍ବଜିତ ସାହୁ ।
ସୂଚନା ଅନୁସାରେ ବାଇକ ଯୋଗେ ଯୁବକ ଜଣକ କାମାକ୍ଷାନଗରରୁ ନିଜ ଭଉଣୀ ଘର କନ୍ତୁର ଯାଉଥିବା ବେଳେ ସେହି ରାସ୍ତାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଯୁବକ ଜଣକ ମୃତ୍ୟୁ ହୋଇଥିଲା । ଏଥିରେ ଯୁବକଙ୍କ ବାଇକ ଓ ଖଣ୍ଡବିଖଣ୍ଡିତ ମୃତଦେହ ରାସ୍ତାରେ ପଡିରହିଥିବା ବେଳେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଅନ୍ୟପଟେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ କାମାକ୍ଷାନଗର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଦୁର୍ଘଟଣା ପରେ ୫୩ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିବା ବେଳେ ରାସ୍ତାରେ ଶତାଧିକ ଯାନବାହାନ ଅଟକି ରହିଥିଲା । କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।