Sunday, April 26, 2026
33.5 C
Odisha

    ଟ୍ରମ୍ପକୁ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର, ଭିଡିଓ ଗେମ୍ ଡେଭଲପର….

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଫେଲ୍ ମାରିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଯୋଜନା । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ତେବେ ଗୁଳିମାଡ କରିଥିବା ଦୁର୍ବୃତ୍ତକୁ ସୁରକ୍ଷାକର୍ମୀ ଧରିଛନ୍ତି ।

    ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟହାଉସରେ ଡିନର ଚାଲିଥିବା ବେଳେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଗିରଫ ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ତାଙ୍କ ନାମ କୋଲ ଟୋମାସ ଏଲେନ (୩୧) ଓ ସେ କାଲିଫର୍ଣ୍ଣିଆ ଟୋରେନ୍ସର ବାସିନ୍ଦା । ସେ ଜଣେ ଟ୍ୟୁଟର ଓ ସଫ୍ଟୱେର ଡେଭଲପର ।

    ଅନଲାଇନ ପ୍ରୋଫାଇଲ ଅନୁସାରେ କୋଲ ଏଲେନ କାଲିଫର୍ଣ୍ଣିଆ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜିରେ ସ୍ନାତକ କରିବା ପରେ ୨୦୧୭ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲା । ୨୦୨୫ ମସିହାରେ କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭର୍ସିଟି, ଡେମିଂଗୁଏଜ ହିଲସ୍ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲା । ତା ଲିଙ୍କଡିନ୍ ପ୍ରୋଫାଇଲ ଅନୁସାରେ ଶିକ୍ଷାରେ ମେକାନିକାଲ ଇଞ୍ଜିନିୟର ଓ କମ୍ପ୍ୟୁଟର ସାଇନ୍ସ କରିଥିଲେ । ସେ ଜଣେ ଗେମ ଡେଭଲପର ଓ ଶିକ୍ଷକ ।

    ସୂଚନାଯୋଗ୍ୟ, ୱାଶିଂଟନର ଏକ ହୋଟେଲରେ ଅତର୍କିତ ଗୁଳିମାଡ଼ ହୋଇଥିଲା । ଟ୍ରମ୍ପ ରାତ୍ରୀଭୋଜନରେ ଯୋଗ ଦେବାକୁ ଯାଉଥିବା ବେଳେ ହୋଟେଲରେ ଗୁଳିମାଡ ହୋଇଥିଲା। ଏହାପରେ ସିକ୍ରେଟ୍ ସର୍ଭିସ ଦ୍ୱାରା ସୁରକ୍ଷିତ ଭାବରେ ତାଙ୍କୁ ବାହାର କରାଯାଇଥିଲା । ହିଲଟନ୍ ହୋଟେଲରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସ ଡିନର (WHCA) ସମୟରେ ଏଭଳି ଘଟଣା ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.5 ° C
    33.5 °
    33.5 °
    29 %
    2.6kmh
    32 %
    Sun
    37 °
    Mon
    43 °
    Tue
    44 °
    Wed
    44 °
    Thu
    42 °

    ସମ୍ବନ୍ଧିତ