Sunday, April 26, 2026
33.5 C
Odisha

    ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ୪୨ଟି ତୁମ୍ବ ଗୋଲେଇ ସମ୍ପୂର୍ଣ୍ଣ ଶେଷ ହୋଇଛି

    ଆଗକୁ ପଢନ୍ତୁ

    ପୁରୀ : ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।  ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା ।  ତିନି ରଥର ବିଶ୍ଵକର୍ମାମାନେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି ।  ତୁମ୍ବ ନିର୍ମାଣରେ ଲାଗିଛନ୍ତି ବିଶ୍ଵକର୍ମା ମହାରଣା ।  ତିନି ରଥ ପାଇଁ ୪୨ଟି ତୁମ୍ବ ଗୋଲେଇ ସମ୍ପୂର୍ଣ୍ଣ ଶେଷ ହୋଇଛି ।  ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି ।

    ବିଶ୍ଵକର୍ମା ମହାରଣା ମାନେ ନଡ଼ିଆ, ମହାର୍ଦ୍ଧ ରଖି ଏହି ବିନ୍ଧ ଅନୁକୂଳ କରିଥିଲେ ।  ତିନି ରଥର ମୁଖ୍ୟ ବିଶ୍ଵକର୍ମା ବିନ୍ଧ ଅନୁକୂଳ କରିବା ପରେ ଆଜି ଠାରୁ ବିନ୍ଧ ଖୋଦେଇ ଆରମ୍ଭ ହୋଇଛି ।  ପ୍ରତ୍ୟେକ ତୁମ୍ୱରେ ମହାରଣା ସେବକମାନେ ଗତକାଲି ସୂତା ବାଡିଆ ଅର୍ଥାତ୍ ତୁମ୍ବରେ ବିନ୍ଧ ଖୋଦେଇ ମାପ ଅନୁସାରେ ଦାଗ ଦେବା କାର୍ଯ୍ୟ ଶେଷ କରିଥିଲେ ।  ଆଗାମୀ ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନି ରଥର ଅଖ ଚକ ଡେରା ବିଧି ହେବ ।  ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ ହେବା ସହ ଭୋଈ ସେବକମାନେ ଯନ୍ତାଗାଡ଼କୁ ପ୍ରସ୍ତୁତ କରିବେ ।  ଯନ୍ତା ଗାଡରେ ତୁମ୍ୱ ବିନ୍ଧ ସହ ଅର ସଂଯୋଗ କାର୍ଯ୍ଯ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.5 ° C
    33.5 °
    33.5 °
    29 %
    2.6kmh
    32 %
    Sun
    37 °
    Mon
    43 °
    Tue
    44 °
    Wed
    44 °
    Thu
    42 °

    ସମ୍ବନ୍ଧିତ