Sunday, March 15, 2026
35.6 C
Odisha

    ଟ୍ରିପଲ ମର୍ଡର ଘଟଣା, ଅଭିଯୁକ୍ତ ରମେଶ ଗରିଆର ମୃତ

    ଆଗକୁ ପଢନ୍ତୁ

    ଦେବଗଡ଼  : ଟ୍ରିପଲ ମର୍ଡରର ଅଭିଯୁକ୍ତ ମୃତ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇଛି । ଗତକାଲି ଗାଁ ପାଣି ଟାଙ୍କି ଉପରେ ଚଢି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଉଦ୍ଧାର ପରେ ତାଙ୍କୁ ପ୍ରଥମେ କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଥିଲା । ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଗ୍ରାମବାସୀ ଠାବ କରିଥିଲେ । ପରେ ପୋଲିସ ପହଂଚି ରମେଶକୁ ଉଦ୍ଧାର କରିଥିଲା । ଗତ ୧୧ ତାରିଖ ରାତିରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ।

    ଗତକାଲି ସୂଚାନୁଯାୟୀ, କୁଣ୍ଢେଇଗୋଳା ଥାନାଞ୍ଚଳ ଗରିଆପାଲି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ରମେଶ ଗରିଆ ଠାବ । ଗାଁ ନିକଟସ୍ଥ ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଠାବ ଠାବକଲେ ଗ୍ରାମବାସୀ । ତାକୁ ଚାରିପଟୁ ଘେରିଛନ୍ତି ଲୋକ । ଗାଁଲୋକଙ୍କୁ ମାରିଦେବାକୁ ଧମକ ଦେଉଛି ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳାରେ ଗତ ବୁଧବାର ଦିନ ଟ୍ରିପଲ ମର୍ଡର ହୋଇଥିଲା । ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    0.1kmh
    6 %
    Sun
    38 °
    Mon
    36 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ