Friday, May 29, 2026
28 C
Odisha

    ତ୍ବିଶା ଶର୍ମା ମୃତ୍ୟୁ ମାମଲା, ଜାମିନ ଆବେଦନ ଖାରଜ ପରେ ଶାଶୁ ଗିରିବାଳାଙ୍କୁ ଗିରଫ କଲା ସିବିଆଇ

    ଆଗକୁ ପଢନ୍ତୁ

    ଭୋପାଳ : ତ୍ବିଶା ଶର୍ମାଙ୍କ ଶାଶୁ ତଥା ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କୁ ସିବିଆଇ ଗିରଫ କରିଛି । ମେ ୧୨ ତାରିଖରେ ବାସଭବନରୁ ବୋହୂ ତ୍ବିଶାଙ୍କ ମୃତଦେହ ମିଳିବାର ୧୬ ଦିନ ପରେ ଶାଶୁ ଗିରଫ । ମଧ୍ୟପ୍ରଦେଶ ହାଇକୋର୍ଟ ଜାମିନ ଖାରଜ କରିବା ପରେ ଗରିବାଳାଙ୍କୁ ଗିରଫ କରିବା ପାଇଁ ସିବିଆଇ ଭୋପାଳ ବାସଭବନରେ ପହଞ୍ଚିଥିଲା ।

    ମିଳିଥିବା ରିପୋର୍ଟ ଅନୁସାରେ, ଭୋପାଳର ବାଗ୍ ମୁଗଲିଆ ଏକ୍ସଟେନସନ୍ ଅଞ୍ଚଳରେ ଥିବା ଗିରିବାଳା ସିଂହଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଜେନ୍ସି ତାଙ୍କୁ ହେପାଜତକୁ ନେବା ପୂର୍ବରୁ ପଚରାଉଚରା କରିଥିଲା।

    ପୂର୍ବରୁ ଗିରିବାଳା ସିଂଙ୍କୁ ଏକ ସେସନ୍ସ କୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ । ମାତ୍ର ମଧ୍ୟପ୍ରଦେଶ ହାଇକୋର୍ଟ ଜାମିନକୁ ରଦ୍ଦ କରିଛନ୍ତି ।

    ନୋଏଡାର ବାସିନ୍ଦା ତ୍ବିଶା ଶର୍ମାଙ୍କ ବିବାହ ଡିସେମ୍ବର ୨୦୨୫ରେ ଭୋପାଳର ବାସିନ୍ଦା ତଥା ଓକିଲ ସମର୍ଥ ସିଂଙ୍କ ସହ ହୋଇଥିଲା । ବିବାହ ପରଠାରୁ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଗତ ମେ ୧୨ ତାରିଖରେ ତ୍ବିଶାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ CBI ମାମଲାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28 ° C
    28 °
    28 °
    60 %
    1.4kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ