Monday, October 19, 2026
21.9 C
Odisha

    ଜବରଦଖଲ ଉଚ୍ଛେଦକୁ ପ୍ରତିବାଦ କରି ଚର୍ଚ୍ଚାରେ ସରପଞ୍ଚ, ଖୋଲିଲେ ପ୍ରଶାସନିକ ଅଧିକାରୀଙ୍କ ସତ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା: ପ୍ରଶାସନିକ ଅଧିକାରୀଙ୍କ ଗୋଇ ଖୋଳି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝା  । ସରକାରୀ ଜମି ଜବରଦଖଲ କରିଥିବାରୁ ସ୍ଥାନୀୟ ତହସିଲ ଅଫିସ ପକ୍ଷରୁ ତିଖିରି ଗାଁର ୧୨୬ଜଣଙ୍କୁ ନୋଟିସ କରାଯାଇଥିଲା ।  ମାତ୍ର ମେ’ ୨୨ରେ ମାତ୍ର ଜଣେ ବ୍ୟକ୍ତିଙ୍କ ଦୋକାନ ଘର ଉଚ୍ଛେଦ ପାଇଁ ଅତିରିକ୍ତ ତହସିଲଦାର ଓ ଆରଆଇ ପହଞ୍ଚିଥିଲେ । ପ୍ରତିବାଦ କରିଥିଲେ ସରପଞ୍ଚ ଚାମେଲି ଓଝା। ଜଣଙ୍କୁ ନୁହେଁ, ୧୨୬ ଜଣଙ୍କୁ ଉଚ୍ଛେଦ କରିବାକୁ ଦାବି କରିଥିଲେ।

    ଚାମେଲିଙ୍କ ପ୍ରଶ୍ନରେ ଘାଇଲା ହୋଇଥିଲେ ରାଜସ୍ବ ଅଧିକାରୀ । ଶେଷରେ ଦଳବଳ ସହ ଫେରିବାକୁ ବାଧ୍ୟ ହୋଇଥିଲେ । ତେବେ ଚାମେଲି ଓ ରାଜସ୍ବ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି। ଗରିବ ଲୋକଙ୍କୁ ନ୍ୟାୟ ନମିଳିବା ଯାଏ ଲଢ଼େଇ ଜାରି ରହିବ। ପଞ୍ଚାୟତର ବିକାଶ ଏକମାତ୍ର ଲକ୍ଷ୍ୟ ବୋଲି ଚାମେଲି ସ୍ପଷ୍ଟ କରିଛନ୍ତି। ଜିଲ୍ଲାପାଳ ରଘୁରାମ ଆର ଆୟର କହିଛନ୍ତି ସବୁ ଘଟଣାର ତଦନ୍ତ ଦାୟିତ୍ଵ ଉପଜିଲ୍ଲାପାଳଙ୍କୁ ଦିଆ ଯାଇଛି ।ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ