Tuesday, September 8, 2026
31.1 C
Odisha

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା । ଲୋକଭବନକୁ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର ।  ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ପ୍ରେସ୍ କନଫରେନ୍ସ କରି ସମ୍ବୋଧିତ କରୁଛନ୍ତି । ରାଜ୍ୟପାଳ ସନ୍ଧ୍ୟାରେ ବେଙ୍ଗାଲୁରୁରୁ ଫେରିବା ପରେ ଇସ୍ତଫାପତ୍ର ଗ୍ରହଣ କରିବେ  ।

    ଇସ୍ତଫା ଦେବା ପରେ ସିଦ୍ଧରମୈୟା କହିଛନ୍ତି, ଶିବକୁମାରଙ୍କୁ ସବୁବେଳେ ସମର୍ଥନ ରହିବ । ମୋ ପାଇଁ ରାଜ୍ୟର ହିତ ସବୁଠାରୁ ଆଗରେ । ଆଗକୁ ମଧ୍ୟ କର୍ଣ୍ଣାଟକର ହିତ ପାଇଁ କାମ କରିବି । ପାର୍ଟିର ସବୁ ବିଧାୟକ ଏବେ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ସିଦ୍ଧରମୈୟା ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ବାସଭବନରେ ସମସ୍ତ ମନ୍ତ୍ରୀଙ୍କ ସହିତ ଏକ ବ୍ରେକଫାଷ୍ଟ ବୈଠକ କରିଥିଲେ । ଏହି ବୈଠକ ସରିବା ପରେ ସିଦ୍ଧରମୈୟାଙ୍କ ପାଦ ଛୁଇଁଲେ ଶିବକୁମାର । ପାଦ ଛୁଇଁ ନେଲେ ଆଶୀର୍ବାଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ