Friday, March 6, 2026
22.3 C
Odisha

    ଥାନାରେ ରସିକିଆ ବିଜ୍ଞାନ ଶିକ୍ଷକ, ପିଲାଙ୍କୁ ଭାଲେଣ୍ଟାଇନ ଦିବସ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଅଟକ

    ଆଗକୁ ପଢନ୍ତୁ

    ଦେବଗଡ଼: ଥାନାରେ ରସିକିଆ ବିଜ୍ଞାନ ଶିକ୍ଷକ । ପିଲାଙ୍କୁ ଭାଲେଣ୍ଟାଇନ ଦିବସ ପାଠ ପଢାଇ ଏବଂ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଗଲେ ଥାନାକୁ । ରସିକିଆ ଶିକ୍ଷକ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଗୁଣ୍ଢେଇଗୋଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର । ପୀଡିତା ମାଆଙ୍କ ଅଭିଯୋଗ ଆଧାରରେ ତପନଙ୍କ ବିରୋଧରେ କୁଣ୍ଢେଇଗୋଳା ଥାନାରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।

    ସେପଟେ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏହା ସହ ବିଦ୍ୟାଳୟରୁ ତାଙ୍କୁ ତୁରନ୍ତ ଅପସାରଣ ଦାବି କରି ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀଙ୍କୁ ଭାଲେଣ୍ଟାଇନ ସପ୍ତାହରେ ପଢ଼ାଇଲେ ହଗ୍ ଡେ’ ଚକୋଲେଟ୍ ଡେ’ ଚାପ୍ଟର ପଢାଉଥିଲେ ତପନ ମିଶ୍ର । ଛାତ୍ରୀମାନେ ପ୍ରତିବାଦ କରିବାରୁ ଅଭିଭାବକ ସ୍କୁଲ ପରିଚାଳନା କମିଟିର ଜରୁରୀ ବୈଠକ ବସିଥିଲା । ସେପଟେ ବିଜ୍ଞାନ ଶିକ୍ଷକ କହିଛନ୍ତି, ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    22 %
    1.4kmh
    0 %
    Thu
    22 °
    Fri
    36 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ