Friday, May 29, 2026
24.7 C
Odisha

    ଥାଲାପତି ବିଜୟଙ୍କ ଦଳରୁ ପ୍ରତିଦ୍ବନ୍ଦିତା କରିବେ ତ୍ରିଶା କୃଷ୍ଣନ୍, ଟିଭିକେରେ ହୋଇପାରନ୍ତି ସାମିଲ !

    ଆଗକୁ ପଢନ୍ତୁ

    ପ୍ରଥମ ଥର ପାଇଁ ରାଜନୀତିରେ ଇତିହାସ ରଚିଛନ୍ତି ଅଭିନେତା ଥାଲାପତି ବିଜୟ । ଏହାରି ମଧ୍ୟରେ ତାଙ୍କ ବନ୍ଧୁ ତ୍ରିଶା କୃଷ୍ଣନଙ୍କ ସମ୍ପର୍କରେ ବଡ଼ ଖବର ସାମ୍ନାକୁ ଆସୁଛି । ତ୍ରିଶା ବିଜୟଙ୍କ ଟିଭିକେ ଦଳରେ ସାମିଲ ହୋଇପାରେ ବୋଲି ଏବେ ଚର୍ଚ୍ଚା ସୃଷ୍ଟି କରୁଛି ।

    ତ୍ରିଶା ଟିଭିକେ ଦଳରେ ସାମିଲ ହୁଅନ୍ତୁ ବୋଲି ନେତାମାନେ ଚାହୁଁଥିବା ଏକ ରିପୋର୍ଟରୁ ଜଣାପଡିଛି । ଏଥିସହ ତ୍ରିଶା ତାମିଲନାଡୁର ତିରୁଚିରାପାଲି ପୂର୍ବ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢ଼ନ୍ତୁ ଏବଂ ବିଜୟଙ୍କ ପରି ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ମଧ୍ୟ ଦଳ ଚାହୁଁଛି । ଥାଲାପତି ବିଜୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ଚେନ୍ନାଇର ପେରାମ୍ବୁର ଏବଂ ତିରୁଚିରାପାଲି ପୂର୍ବ ଦୁଇଟି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ନିୟମ ଅନୁଯାୟୀ, ବିଜୟ ଆଉ ଉଭୟ ଆସନ ରହିପାରିବେ ନାହିଁ । ତେଣୁ ୧୪ ଦିନ ମଧ୍ୟରେ ଏହି ଆସନ ପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡିବ। ସେ ଆସନ ପାଇଁ ଇସ୍ତଫା ଦେବା ପରେ ଉପନିର୍ବାଚନ ଘୋଷଣା କରାଯିବ । ବିଜୟ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ସେମାନଙ୍କର ପେରାମ୍ବୁର ଆସନ ବଜାୟ ରଖିବାକୁ ଚାହୁଁଛନ୍ତି ଏବଂ ତିରୁଚିରାପାଲି ପୂର୍ବ ଆସନରୁ ବିଜୟ ଇସ୍ତଫା ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି ।

    ଅନ୍ୟପଟେ ଏହି ଆସନ ପାଇଁ ତ୍ରିଶାଙ୍କୁ ରାଜି କରାଇବାକୁ ଚେଷ୍ଟା କରୁଛନ୍ତି ବିଜୟ ଏବଂ ଟିଭିକେ ଦଳ । କିନ୍ତୁ ରାଜନୀତିରେ ତ୍ରିଶାଙ୍କର ଇଚ୍ଛା ନଥିବାରୁ ସେ ନିର୍ବାଚନରେ ସାମିଲ ହେବାକୁ ଚାହୁଁନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    83 %
    3.3kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ