Friday, May 29, 2026
28 C
Odisha

    ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ, ମହାପ୍ରଭୁଙ୍କ ପାଇଁ ଗଠନ ହେବ ବଡ଼ କର୍ପସ ଫଣ୍ଡ : ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ । ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ନିଜ ଅଧୀନକୁ ନେବେ ସରକାର । କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେଟେଲମେଣ୍ଟରେ ଦିଆଯିବ । ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହା ମାଧ୍ୟମରେ ମହାପ୍ରଭୁଙ୍କ ପାଇଁ ଏକ ବଡ଼ କର୍ପସ ଫଣ୍ଡ ଗଠନ ହୋଇ ପାରିବ ବୋଲି ସେ କହିଛନ୍ତି । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କର ୫୬ ହଜାର ଏକର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ୩୬ ହଜାର ଏକରର ROR ସରକାରଙ୍କ ହସ୍ତଗତ ହୋଇଛି । ସେଥିରୁ ୨୫ରୁ ୩୦ ପ୍ରତିଶତ ଜମି ଲମ୍ବା ସମୟ ଧରି ଲୋକମାନେ ଦଖଲରେ ରହୁଛନ୍ତି । ଆଜି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ କ୍ୟାବିନେଟ ଆନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28 ° C
    28 °
    28 °
    60 %
    1.4kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ