ଭୁବନେଶ୍ୱର : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଅଭିନେତା କଳି । ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି ହୋଇଛନ୍ତି । ଡିସିପି ଅଫିସ ସମ୍ମୁଖରେ ହାତାହାତି । ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଛି । ଉଭୟଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ । ଡିସିପିଙ୍କ ସହ ବୈଠକ ପାଇଁ ଆସିବା ବେଳେ ଗଣ୍ଡଗୋଳ ହୋଇଛି ।କଥା କଟାକଟିରୁ ଉଭୟଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । କେବେ ମନୋଜ ମିଶ୍ରଙ୍କୁ ପୋଲିସ ଅଟକାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ରାଣ୍ଡି ପୁଅ ଅନନ୍ତା ଫିଲ୍ମର ଟାଇଟେଲକୁ ନେଇ ପ୍ରଶ୍ନ ଉଠାଇଥିଲେ ମନୋଜ ମିଶ୍ର । ଏଭଳି ଟାଇଟେଲ କାହିଁକି ରଖାଯାଇଥିଲା ତାକୁ ନେଇ ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବବି ଏବଂ ମନୋଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ମାମଲା ଥାନାରେ ପହଞ୍ଚିଥିଲା ଏବଂ ପୋଲିସ ମନୋଜ ମିଶ୍ରଙ୍କୁ ଥାନାକୁ ଡକାଇଥିଲେ ସେ ଉପସ୍ଥିତ ହୋଇନଥିଲେ । ତେବେ ଆଜି ଦୁହେଁ ଡିସିପି ଅଫିସରୁ ଫେରିବା ବେଳେ ପ୍ରଥମେ କମେଣ୍ଟ ମରାମରି ହୋଇଥିଲେ । ଏହାପରେ କଥା ହାତାହାତି ଉପରକୁ ଯାଇଥିଲା ।
ପରେ ଡିସିପି ଅଫିସ ସମ୍ମୁଖ ଘଟଣା ପାଇଁ ସରି କହିଲେ ମନୋଜ ମିଶ୍ର । ଆଜିର ଘଟଣା ପାଇଁ ଦୁଃଖିତ କହିଲେ ମନୋଜ। ମୋର ଏତେ ଉତ୍ତ୍ୟକ୍ତ ହେବାର ନ ଥିଲା। ଡିସିପି କହିଛନ୍ତି, ସରକାରୀ ଅଫିସରେ ବିଶୃଙ୍ଖଳିତ ଆଚରଣ ଗ୍ରହଣୀୟ ନୁହେଁ। ଉଭୟ ଅଭିଯୋଗ ଜଣାଇବାକୁ ଆସିଥିଲେ । ବ୍ୟକ୍ତିଗତ ଆକ୍ଷେପ ନେଇ ପୋଲିସର କୌଣସି ଭୂମିକା ନାହିଁ। ରୁଜୁ ହୋଇଥିବା ମାମଲାର ପୋଲିସ ତଦନ୍ତ କରୁଛି। ଆମେ ଉଭୟଙ୍କ କାଉନସେଲିଂ କରିଛୁ। ସାକ୍ଷ୍ୟ ପ୍ରମାଣ ଆଧାରରେ ମାମଲାର ତଦନ୍ତ ହେବ।