Friday, October 16, 2026
22.3 C
Odisha

    ପୁଣି ୱେବ୍ ସିରିଜ୍‌ରେ ଗାର୍ଗୀ

    ଆଗକୁ ପଢନ୍ତୁ

    ବଡ଼ ପରଦା, ଛୋଟ ପରଦା ଓ ୱେବ୍ ସିରିଜରେ ନଜର ଆସିଥିବା ଅଭିନେତ୍ରୀ ଗାର୍ଗୀ ମହାନ୍ତି ପୁଣି ଏକ ୱେବ୍‌ ସିରିଜ୍‌ରେ ଭିନ୍ନ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ‘ନାଲି ଚା: ଦ ଟେଷ୍ଟ ଅଫ୍ ଲାଇଫ୍’ରେ ଗାର୍ଗୀଙ୍କୁ ମମତା ଚରିତ୍ରରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ ସ୍ନେହାଶିଷ ଦାସ। ପୂର୍ବରୁ ଗାର୍ଗୀ ସ୍ନେହାଶିଷଙ୍କ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ‘କେକୋଲି’ ଓ ‘ସ୍ପନ୍ଦନ’ରେ ବି ଅଭିନୟ କରିଥିଲେ। ‘ସ୍ପନ୍ଦନ’ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ  ଅଭିଷେକ ଗିରି, ଅନୁଭା, ସୋମେଶ ମହାନ୍ତି, ଧରିତ୍ରୀ ଖଣ୍ଡୁଆଳ, ମମତା ତ୍ରିପାଠୀ, ପ୍ରଣବ ପ୍ରସନ୍ନ ରଥ, ସୁନୀଲ କୁମାର ପଟ୍ଟନାୟକ, ପ୍ରସନ୍ନମଞ୍ଜରୀ ଦାସ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ସ୍ନେହାଶିଷ ଏହାର କାହାଣୀ ରଚନା କରିଥିବା ବେଳେ ଶାନ୍ତନୁ ନାୟକ ଏଥିରେ ସ୍ବର ସଂଯୋଜନା କରିଛନ୍ତି।

    ପୂର୍ବରୁ ଗାର୍ଗୀ ୱେବ୍ ସିରିଜ ‘ଇଚ୍ଛା- ଦିଲ୍ ଯୋ ଚାହେ’ରେ ହଟ୍ ଓ ବୋଲ୍‌ଡ ଅନ୍ଦାଜରେ ଆସି ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲେ। ଗାର୍ଗୀ ମହାନ୍ତି ଅନୁଭବଙ୍କ ବିପକ୍ଷରେ ‘ଅର୍ଜୁନ’ରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ‘ହେ ସଖା’, ‘କ୍ରାନ୍ତିଧାରା’ ଓ ‘ଚରିତ୍ର’ ଭଳି କେତେକ ସିନେମାରେ ନଜର ଆସିଥିଲେ। ତାଙ୍କୁ ‘ଗାୟତ୍ରୀ’ ଓ ‘ରାନୀ’ ଭଳି ବେଶ୍ କେତୋଟି ମେଗା ଧାରାବାହିକରେ ବି ଦେଖିବାକୁ ପାଇଥିଲେ ଦର୍ଶକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.3 ° C
    22.3 °
    22.3 °
    98 %
    1.2kmh
    73 %
    Thu
    22 °
    Fri
    28 °
    Sat
    28 °
    Sun
    29 °
    Mon
    30 °

    ସମ୍ବନ୍ଧିତ