Tuesday, July 21, 2026
24.1 C
Odisha

    ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଅଭିନେତା କଳି: ଡିସିପି ଅଫିସ ସମ୍ମୁଖରେ ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଅଭିନେତା କଳି । ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି ହୋଇଛନ୍ତି । ଡିସିପି ଅଫିସ ସମ୍ମୁଖରେ ହାତାହାତି । ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଛି । ଉଭୟଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ । ଡିସିପିଙ୍କ ସହ ବୈଠକ ପାଇଁ ଆସିବା ବେଳେ ଗଣ୍ଡଗୋଳ ହୋଇଛି ।କଥା କଟାକଟିରୁ ଉଭୟଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । କେବେ ମନୋଜ ମିଶ୍ରଙ୍କୁ ପୋଲିସ ଅଟକାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।

    ସୂଚନା ଅନୁସାରେ, ରାଣ୍ଡି ପୁଅ ଅନନ୍ତା ଫିଲ୍ମର ଟାଇଟେଲକୁ ନେଇ ପ୍ରଶ୍ନ ଉଠାଇଥିଲେ ମନୋଜ ମିଶ୍ର । ଏଭଳି ଟାଇଟେଲ କାହିଁକି ରଖାଯାଇଥିଲା ତାକୁ ନେଇ ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବବି ଏବଂ ମନୋଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ମାମଲା ଥାନାରେ ପହଞ୍ଚିଥିଲା ଏବଂ ପୋଲିସ ମନୋଜ ମିଶ୍ରଙ୍କୁ ଥାନାକୁ ଡକାଇଥିଲେ ସେ ଉପସ୍ଥିତ ହୋଇନଥିଲେ । ତେବେ ଆଜି ଦୁହେଁ ଡିସିପି ଅଫିସରୁ ଫେରିବା ବେଳେ ପ୍ରଥମେ କମେଣ୍ଟ ମରାମରି ହୋଇଥିଲେ । ଏହାପରେ କଥା ହାତାହାତି ଉପରକୁ ଯାଇଥିଲା ।

    ପରେ ଡିସିପି ଅଫିସ ସମ୍ମୁଖ ଘଟଣା ପାଇଁ ସରି କହିଲେ ମନୋଜ ମିଶ୍ର । ଆଜିର ଘଟଣା ପାଇଁ ଦୁଃଖିତ କହିଲେ ମନୋଜ। ମୋର ଏତେ ଉତ୍ତ୍ୟକ୍ତ ହେବାର ନ ଥିଲା। ଡିସିପି କହିଛନ୍ତି, ସରକାରୀ ଅଫିସରେ ବିଶୃଙ୍ଖଳିତ ଆଚରଣ ଗ୍ରହଣୀୟ ନୁହେଁ। ଉଭୟ ଅଭିଯୋଗ ଜଣାଇବାକୁ ଆସିଥିଲେ । ବ୍ୟକ୍ତିଗତ ଆକ୍ଷେପ ନେଇ ପୋଲିସର କୌଣସି ଭୂମିକା ନାହିଁ। ରୁଜୁ ହୋଇଥିବା ମାମଲାର ପୋଲିସ ତଦନ୍ତ କରୁଛି। ଆମେ ଉଭୟଙ୍କ କାଉନସେଲିଂ କରିଛୁ। ସାକ୍ଷ୍ୟ ପ୍ରମାଣ ଆଧାରରେ ମାମଲାର ତଦନ୍ତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.1 ° C
    24.1 °
    24.1 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    26 °
    Fri
    28 °
    Sat
    29 °

    ସମ୍ବନ୍ଧିତ