Wednesday, October 14, 2026
24.1 C
Odisha

    ଆମେରିକାରେ ନିଜ ଗୁଳିରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ଜଣେ ୨୩ ବର୍ଷୀୟ ଛାତ୍ରଙ୍କର ଆମେରିକାରେ ନିଜ ବନ୍ଧୁକ ଗୁଳିରେ ଜୀବନ ଯାଇଛି। ନଭେମ୍ବର ୧୩ ତାରିଖ ଦିନ ଭାରତୀୟ ଛାତ୍ର ଆର୍ଯ୍ୟାନ ରେ‌ଡ୍ଡୀ ଜର୍ଜିଆର ଆଟଲାଣ୍ଟା ସ୍ଥିତ ତାଙ୍କ ଘରେ ତାଙ୍କ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଥିଲେ। ‌ଭୁଲ୍‌ବଶତଃ ତାଙ୍କ ନିଜ ବନ୍ଧୁକର ଗୁଳି ତାଙ୍କ ନିଜ ଦେହରେ ବାଜିବା ପରେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଜନ୍ମଦିନ ପାଳନ ବେଳେ ଆର୍ଯ୍ୟାନ ତାଙ୍କର ନିଜର ନୂଆ ଶିକାର ବନ୍ଧୁକକୁ ବାରମ୍ବାର କାଢୁଥିଲେ ଓ ତାକୁ ସଫା କରୁଥିଲେ। ଦୁର୍ଭାଗ୍ୟବଶତଃ ଭୁଲ୍‌ରେ ଗୁଳି ଫୁଟିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

    ବନ୍ଧୁକ ଶବ୍ଦ ଶୁଣିବା ପରେ ଅନ୍ୟ କୋଠରୀରେ ଥିବା ରେଡ୍ଡୀଙ୍କ ସାଙ୍ଗମାନେ ତାଙ୍କ ନିକଟକୁ ଦୌଡ଼ି ଆସିଥିଲେ। ସେମାନଙ୍କ ଆସି ବନ୍ଧୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥଲେ ବୋଲି ଅଧିକାରୀମାନେ କହିଛନ୍ତି।

    ଏହି ଘଟଣା ଘଟିବା ପରେ ରେଡ୍ଡୀଙ୍କ ସାଙ୍ଗମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, କିନ୍ତୁ ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା।

    ରେଡ୍ଡୀ ମାଷ୍ଟର ଅଫ୍ ସାଇନ୍ସ ଅଧ୍ୟୟନ କରୁଥିବା ଆଟଲାଣ୍ଟା କାନସାସ୍ ଷ୍ଟେଟ୍ ୟୁନିଭରସିଟିର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେ ତେଲେଙ୍ଗାନାର ଭୁବନଗିରି ଜିଲ୍ଲାର ବାସିନ୍ଦା ଥିଲେ। କିନ୍ତୁ ତାଙ୍କ ପରିବାର ବର୍ତ୍ତମାନ ଉପାଲ ଜିଲ୍ଲାରେ ରୁହନ୍ତି। ଆଜି ରାତିରେ ଆର୍ଯ୍ୟାନ ରେଡ୍ଡୀଙ୍କ ମୃତଦେହ ତାଙ୍କ ସହରକୁ ପଠାଯିବ ବୋଲି ଅଧିକାରୀମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ