Tuesday, April 8, 2025
28.4 C
Odisha

ଦାଦାଗିରି ଚଳିବ ନାହିଁ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ

ଆଗକୁ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍‌ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି ସର୍ତ୍ତରେ ତୁରନ୍ତ କ୍ଷମା ମାଗିବାକୁ ନହେଲେ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଖିଲ ଗିରି ରାସ୍ତାକଡ଼ରେ ଦୋକାନ କରିଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆସିଥିବା ବନ ଅଧିକାରୀଙ୍କୁ ଧମକାଇଥିଲେ । ଏହାର ଭିଡିଓ ଭାଇରାଲ୍‌ ହୋଇଥିଲା । ଯାହାକୁ ନେଇ ତାଙ୍କ ଉପରେ ଆକ୍ସନ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମମତାଙ୍କ ଅନୁସାରେ, ରାଜ୍ୟରେ ସରକାର କରିଥିବା ତୃଣମୂଳ କଂଗ୍ରେସ ମହିଳା ବନ ଅଧିକାରୀଙ୍କୁ ଧମକାଇବାକୁ ଦୃଢ଼ ବିରୋଧ କରୁଛି । ମନ୍ତ୍ରୀ ଅଖିଲ ଗିରିଙ୍କ ଟିପ୍ପଣୀରେ ମମତା ଦୁଃଖ ପ୍ରକାଶ କରିଛନ୍ତି । ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ସୁବ୍ରତ ବକ୍ସି ଅଖିଲ ଗିରିଙ୍କୁ ଫୋନ୍‌ କରିଛନ୍ତି ଏବଂ କହିଛନ୍ତି ଯେ ସେ ସଙ୍ଗେସଙ୍ଗେ ଏଥିପାଇଁ କ୍ଷମା ମାଗନ୍ତୁ । କ୍ଷମା ନମାଗିଲେ ଇସ୍ତଫା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
28.4 ° C
28.4 °
28.4 °
57 %
5.9kmh
1 %
Tue
30 °
Wed
38 °
Thu
38 °
Fri
41 °
Sat
42 °

ସମ୍ବନ୍ଧିତ