Sunday, October 11, 2026
22.8 C
Odisha

    ଜଳେଶ୍ବର ବଜାରରେ ବିକ୍ରି ହେଉଛି କେମିକାଲ୍ ବୋଳା ମାଛ, ଚଢ଼ାଉ ବେଳେ ଧରା ପଡ଼ିଲା ସତ

    ଆଗକୁ ପଢନ୍ତୁ

     

    ବାଲେଶ୍ୱର ଜିଲ୍ଲା ଜଳେଶ୍ବର ପୌରପାଳିକା ତରଫରୁ ଗଠିତ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଜଳେଶ୍ବର ସହରର କେନ୍ଦ୍ର ସ୍ଥଳରେ ଥିବା ଥାନା ବଜାର ମାଛ ମାର୍କେଟ ଉପରେ ଚଢଉ କରିବା ପରେ ଏସବୁ ସତ ପଦାକୁ ଆସିଛି । ଚଢାଉ ସମୟରେ ବ୍ୟବସାୟୀମାନେ କିପରି ଗ୍ରାହକଙ୍କୁ ଓଜନରେ ଠକିବା ସହ ସ୍ବାସ୍ଥ୍ୟ ପାଇଁ ହାନିକାରକ ରଙ୍ଗ ଏବଂ କେମିକାଲ ବୋଳା ମାଛ ବିକ୍ରି କରୁଥିଲେ, ତାହା ଜଣାପଡ଼ଛି । ଜଳେଶ୍ବରରେ ଥିବା ଏହି ମାଛ ମାର୍କେଟ ଉପରେ ହଜାର ହଜାର ଲୋକେ ନିର୍ଭର କରନ୍ତି । ତେବେ ଏହି ବଜାରରେ ମାଛ ବିକ୍ରି ସମୟରେ ନିୟମିତ ଭାବେ ଓଜନରେ ଠକେଇ, ମାଛକୁ ସତେଜ ରଖିବା ପାଇଁ କେମିକାଲ ବୋଳା ମାଛ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଜଳେଶ୍ବର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଜଳେଶ୍ବର ଥାନାଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରୀ, ଓଜନ ଓ ପରିମାପ ବିଭାଗର ଅଧିକାରୀ, ବାଲେଶ୍ବର ଏନଫୋର୍ସମେଣ୍ଟ ଟିମ୍ ଏବଂ ଜଳେଶ୍ବର ପୌରପାଳିକାର କର୍ମଚାରୀଙ୍କୁ ନେଇ ଗଠିତ ଟିମ୍  ଚଢ଼ାଉ କରିଥିଲେ ।  ୫ ଜଣ ବ୍ୟବସାୟୀ ବ୍ୟାପକ ଅନିୟମିତତା କରି ଧରା ପଡିବାରୁ ସେମାନଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସେହିପରି ଅନ୍ୟ ବ୍ୟବସାୟୀମାନଙ୍କୁ ଟ୍ରେଡ୍ ଲାଇସେନ୍ସ ତଥା ଓଜନ ମାପ ବିଭାଗରୁ ଦୋକାନର ବଟକରା ପଞ୍ଜୀକରଣ କରିବା ପାଇଁ ନୋଟିସ ଦିଆ ଯାଇଥିଲା  ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ