Sunday, October 11, 2026
29.5 C
Odisha

    ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୁଦ୍ଧ : ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ : ଦୀଘା ଜଗନ୍ନାଥଧାମ ନାମକରଣ ପରମ୍ପରା ବିରୁଦ୍ଧ ।  ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଚସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ ।  ଦୀଘା ଜଗନ୍ନାଥ ମନ୍ଦିରର ଏଭଳି ନାମକରଣକୁ ନେଇ ଆମେ ଆଶ୍ଚର୍ଯ୍ୟ ।

    ବିଶ୍ବରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି ।  କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ ବୋଲି ପୂର୍ବରୁ ମୁଁ ଏବଂ ଜଗତଗୁରୁ ମତପ୍ରକାଶ କରିଛୁ ।  ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି ।  ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେନେଇ ରାଜ୍ୟ ସରକାର ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।

    ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଇସ୍କନ ସଂସ୍ଥା ଦାୟିତ୍ଵ ନେଇଥିଲେ ମଧ୍ୟ ସେମାନେ ଏହାକୁ ବାରଣ କରିନଥିବାରୁ ଏହା ଚିନ୍ତାର ବିଷୟ। ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ ଓ ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ ।  ସେହିପରି ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ଗଜପତି। ଭାରତ ଭିତରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଇସ୍କନ ରଥଯାତ୍ରା କରୁଛି।

    ୨୦୨୪ ଡିସେମ୍ବର ୨ତାରିଖରେ ଏନେଇ ଇସ୍କନ ମୁଖ୍ୟଙ୍କ ସହିତ ଆଲୋଚନା ହୋଇଛି। ଇସ୍କନର ପଣ୍ଡିତ ମାନେ ସେମାନଙ୍କ ତଥ୍ୟ ରଖିଛନ୍ତି। ଖୁବଶୀଘ୍ର ଇସ୍କନର ମତକୁ ଖଣ୍ଡନ କରି ଶ୍ରୀମନ୍ଦିର ପକ୍ଷରୁ ଇସ୍କନକୁ ତଥ୍ୟ ପ୍ରଦାନ କରାଯିବ।  ସମସ୍ତ ତଥ୍ୟ ଇସ୍କନକୁ ଦିଆଯିବା ପରେ ସେମାନେ ଆମ ପରମ୍ପରାକୁ ପାଳନ କରିବେ ବୋଲି ଆଶା କରାଯାଉଛି ।  ଯଦି ଇସ୍କନ ମୁଖ୍ୟ ଏଥିରୁ ନିବୃତ ନରୁହନ୍ତି ତେବେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଗଜପତି ମହାରାଜ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ