Wednesday, April 8, 2026
22.9 C
Odisha

    ଦୀର୍ଘଦିନ ଧରି ମୁଣ୍ଡରେ ହେଉଥିବା ଯନ୍ତ୍ରଣାକୁ ଏଡାନ୍ତୁ ନାହିଁ, ହୋଇପାରେ ବ୍ରେନ କ୍ୟାନ୍ସର

    ଆଗକୁ ପଢନ୍ତୁ

    ମୁଣ୍ଡ ବିନ୍ଧାକୁ ଆମେ ଗୋଟିଏ ସାଧାରଣ ସମସ୍ୟା ବୋଲି ଭାବିଥାଉ, କିନ୍ତୁ ଏହା ସାଧାରଣ ନୁହେଁ ଏହା ବ୍ରେନ କ୍ୟାନ୍ସର ର କାରଣ ମଧ୍ୟ ହୋଇପାରେ, ଗବେଷଣାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ କରିଦେବ। ଯଦି ଲଗାତାର କିଛିଦିନ ସକାଳୁ ଉଠିବା ମାତ୍ରକେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ।

    ବ୍ରେନ ଟିୟୁମର କାହିଁକି ମୁଣ୍ଡ ବିନ୍ଧା ହୋଇଥାଏ –
    ବ୍ରେନ ଟିୟୁମର କାରଣରୁ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ, ଯାହାକି ଶିରାପ୍ରଶିରା ଓ ରକ୍ତ ଧମନୀ ଉପରେ ପ୍ରଭାବ ପକାଇଥାଏ, ଏହାଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ, ପ୍ରତ୍ୟେକ ବର୍ଷ ୧୨ ହଜାର ଲୋକ ବ୍ରେନ ଟିୟୁମରରେ ପ୍ରଭାବିତ ହୋଇଥାଆନ୍ତି, ଯେଉଁଥିରେ ପାଞ୍ଚଶହ ଯୁବକ ଓ ଛୋଟ ପିଲା ରହି ଥାଆନ୍ତି।

    ବ୍ରେନ ଟିୟୁମରର ଲକ୍ଷଣ –

    ଯଦି ଦୀର୍ଘଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବ୍ରେନ ଟିୟୁମରରେ ପୀଡିତ ରହିଥାଏ ତେବେ ଥକାପଣ ଅନୁଭବ ହୋଇଥାଏ।

    ବ୍ରେନ ଟିୟୁମରରେ ପୀଡିତ ହେବା ଦ୍ୱାରା ଚକ୍ଷୁର ଦୃଷ୍ଟି ଶକ୍ତି ହ୍ରସ୍ୱ ହୋଇଥାଏ, ଶୁଣିବାକୁ ଅସୁବିଧା ହୁଏ, କଥା ପ୍ରାଞ୍ଜଳ ଭାବରେ କହିପାରେ ନାହିଁ।

    ଚାଲିବାରେ ଅସୁବିଧା ହୋଇଥାଏ ଏବଂ ପାଦ ଠିକ ଭାବରେ ପଡ଼ିନଥାଏ।

    ପିଲାମାନଙ୍କ ସ୍ଵଭାଵ ଓ ମାନସିକତାରେ ଅଚାନକ ପରିବର୍ତ୍ତନ ହୋଇଯାଇ ଥାଏ।

    ଶରୀର ଦୁର୍ବଳ ହୋଇଯିବା ସହିତ ତ୍ୱଚା ମଧ୍ୟ ପ୍ରଭାବିତ ହୋଇଥାଏ।

    ଗବେଷକଙ୍କ ମତରେ ଯଦି ଏଥି ମଧ୍ୟରୁ ଗୋଟିଏ ହେଲେ ସମସ୍ୟା ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ, ଏବଂ MRI ଓ SCAN ଜରିଆରେ ନିଜକୁ ଯାଞ୍ଚ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ