Friday, April 3, 2026
39 C
Odisha

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଆଗକୁ ପଢନ୍ତୁ

    କୋରାପୁଟ : କୋରାପୁଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ମୃତ, ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ସୁନାବେଡା ଏନଏଚ୍ ୨୬ ନଂ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ସୁନାବେଡା ହାଲ୍ ଗେଷ୍ଟ ହାଉସ୍ ନିକଟରେ ବିଳମ୍ବିତ ରାତିରେ ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଛି। ଟାଟା ସଫାରୀ ଗାଡିଟି କୋରାପୁଟରୁ ଦାମନଯୋଡି ଯିବାବେଳେ ସେପଟେ ସିମିଳିଗୁଡା ପଟୁ ସୁନାବେଳା ଫେରୁଥିଲା ମାରୁତି କାର୍‌ । ଉଭୟଙ୍କ ମଧ୍ୟରେ ହଠାତ୍ ଏକ ବାଇକ୍ ଆସିଯିବାରୁ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ