Monday, October 12, 2026
30 C
Odisha

    ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାୟଗଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଏକ ଲାଇଭ୍‌ କାର୍ଯ୍ୟକ୍ରମରେ ମଧ୍ୟ ଯୋଡ଼ି ହେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହେବା ପରେ ମାଝୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଜିଲାକୁ ସଜାଇବାରେ ଲାଗିଛି ପ୍ରଶାସନ । ଯେଉଁସବୁ ରାସ୍ତାରେ ମୁଖ୍ୟମନ୍ତ୍ରୀ ଯିବେ ସେଠାରେ ସରକାରୀ କୋଠାଗୁଡିକ ରଙ୍ଗ ଦିଆଯିବା ସହିତ କାନ୍ଥଗୁଡିକରେ ଜିଲା ପାରମ୍ପରିକ ଓ ସଂସ୍କୃତି ସମ୍ବନ୍ଧିତ ଚିତ୍ର ଅଙ୍କା ଚାଲିଛି। ମୁଖ୍ୟତଃ ଜିଲାପାଳଙ୍କ କାର୍ଯ୍ୟାଳୟ, ସଂସ୍କୃତି ଭବନ, ଜିଲା ପରିଷଦ କାର୍ଯ୍ୟାଳୟ, ସର୍କିଟ ହାଉସ, ଜିସିଡି ପଡିଆ ଅଞ୍ଚଳର ସମସ୍ତ ସରକାରୀ କାନ୍ଥରେ ଜିଲାର ସଂସ୍କୃତି ସମ୍ବନ୍ଧୀୟ ଚିତ୍ର ସୁନ୍ଦର ଭାବରେ ଚିତ୍ରିତ କରାଯାଉଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି। ସ୍ବାସ୍ଥ୍ୟ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସମବାୟ ବିଭାଗର ପ୍ରକଳ୍ପ ଶିଳାନ୍ୟାସ ହେବା ନେଇ ସୂଚନା ରହିଥିଲେ ମଧ୍ୟ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଡିସେମ୍ବର୨୬ ତାରିଖ ସନ୍ଧ୍ୟାରେ ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଜଣାପଡ଼ିଛି ା ଏହାପରେ ୨୭ରେ ସମୀକ୍ଷା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ସୂର୍ଯ୍ୟବଂଶୀ ସୂରଜ, ବିଭୂତି ଭୂଷଣ ଜେନା, ରବି ନାରାୟଣ ନାୟକ ପ୍ରମୁଖ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ