Saturday, May 9, 2026
25.9 C
Odisha

    ଧରା ପଡିଲେ ୧୩ ମାଓବାଦୀ

    ଆଗକୁ ପଢନ୍ତୁ

    ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ ୧୩ଜଣ ମାଓବାଦୀ ରବିବାର ଗିରଫ ହୋଇଛନ୍ତି। ବିଜାପୁର ଜିଲା ବାସାଗୁଡ଼ା ଥାନା ସାରକେଗୁଡ଼ା ଓ ରାଜପେଣ୍ଟାକୁ ଯିବା ରାସ୍ତାରେ କେତେକ ବ୍ୟକ୍ତି ପୋଲିସକୁ ଦେଖି ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଓ ଯବାନ ସେମାନଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ନାଗେଶ, ମାସା ହେମଲା, ସନୁ ଓୟାମ ଓ ଲେମାମ ଛୋଟ୍ରା ବୋଲି ପରିଚୟ ଦେଇଥିଲେ । ଏହି ଚାରିଜଣଙ୍କ ନିକଟରୁ କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର, ବ୍ୟାଟେରି, ଔଷଧ ଓ ମାଓବାଦୀ ପୁସ୍ତକ ଜବତ କରାଯାଇଛି। ସେହିପରି ନେମେଡ଼ ଥାନା ଅଞ୍ଚଳ ମୁସାଲୁର ନିକଟ ଜଙ୍ଗଲରୁ ୪ଜଣ ମାଓବାଦୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଶଙ୍କର ପୁନେମ, ବଦରୁ ଅବଲମ୍‌, ସୋନୁ ପୋୟାମ ଓ କମଲୁ ହେମଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    68 %
    1.1kmh
    8 %
    Sat
    38 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ