Saturday, April 4, 2026
29 C
Odisha

    ଦୁର୍ଗମ ଅଞ୍ଚଳରେ ଖୁସି ଆଣିଛି ଲକ୍ଷ୍ମୀ ବସ

    ଆଗକୁ ପଢନ୍ତୁ

    ଦୁର୍ଗମ ଅଞ୍ଚଳରେ ଖୁସି ଆଣିଛି ଲକ୍ଷ୍ମୀ ବସ। କମ୍ ଦାମରେ ଆରାମଦାୟକ ଭାବେ ଯାତାୟତ କରୁଛନ୍ତି ଲୋକ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ହେଉଛି ଯୋଗାଯୋଗ ସୁଗମ। ରାୟଗଡା ଜିଲ୍ଲାର ୧୮୨ଟି ପଞ୍ଚାୟତରେ ଗଡୁଛି ୩୯ଟି ଲକ୍ଷ୍ମୀ ବସ। ଉପକୃତ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା। ଗ୍ରାମାଞ୍ଚଳର ଚାଷୀ ସହରକୁ ସୁବିଧାରେ ପନିପରିବା ନେଇ କରିପାରୁଛନ୍ତି ବିକ୍ରି। ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜ ଯିବା ପାଇଁ ଅଟୋର ସାହାଯ୍ୟ ନେବାକୁ ପଡୁଥିଲା। ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ବସରେ ୫ ଟଙ୍କାରେ ସହରକୁ ଯାତ୍ରା କରୁଥିବାରୁ ଖୁସି ବ୍ଯକ୍ତ କରିଛନ୍ତି ଯାତ୍ରୀ। ଲକ୍ଷ୍ମୀବସ ଜରିଆରେ ଗ୍ରାମାଞ୍ଚଳର ଲୋକ ଉପକୃତ ହେଉଛନ୍ତି । ଏଥିସହିତ ଗାଁର ଶିକ୍ଷିତ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିଛି ଲକ୍ଷ୍ମୀ ବସ । ବସରେ କଣ୍ଡକ୍ଟର ଓ ସୁପରଭାଇଜର ପଦବୀରେ ନିଯୁକ୍ତ ହେଉଛନ୍ତି ମହିଳା । ମାସିକ ରୋଜଗାର କରୁଛନ୍ତି ୧୩ ହଜାର ଟଙ୍କା । ସେହିପରି ଭାବେ ଡ୍ରାଇଭର ମାନେ ପୂର୍ବରୁ ଘରୋଇ ଗାଡିରେ କାର୍ଯ୍ୟ କରି ନିଜ ପରିବାର ଗୁଜରାଣ ମେଣ୍ଟାଇବା କଷ୍ଟ ଦାୟକ ହେଉଥିଲା। ବର୍ତମାନ ଲକ୍ଷ୍ମୀ ବସରେ ଦାୟିତ୍ୱ ପାଇବା ପରେ ମାସିକ ସ୍ଥାୟୀ ଦରମା ନିଶ୍ଚିତ ରହୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଡ୍ରାଇଭର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ