Thursday, November 20, 2025
20.8 C
Odisha

    ଧରାପଡିଲା ଆତଙ୍କ ଖେଳାଇଥିବା ମାଙ୍କଡ଼, ୫ ଦିନ ପରେ ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗ

    ଆଗକୁ ପଢନ୍ତୁ

    ପୁରୀ : ଧରାପଡିଲା ଆତଙ୍କ ଖେଳାଇଥିବା ମାଙ୍କଡ଼ । ୫ ଦିନ ପରେ ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗ । ଗୋପ ବ୍ଲକ ଅଣ୍ଡିରାଇଛାପୁର ପଞ୍ଚାୟତର ଦିହୁଡା, ତୋଟାସାହି,ପୋଇତରା ଗାଁରେ ୫ ଦିନ ହେବ ଆତଙ୍କ ଖେଳାଇଥିଲା । ମାଙ୍କଡ଼ କାମୁଡ଼ାରେ ୨୨ ଜଣ ଗୁରୁତର ଆହତ ହୋଇଥିଲେ । ୩ଜଣ ବନଖଣ୍ଡ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ । ମାଙ୍କଡ଼ ଭୟରେ ଗାଁରେ ଦିନବେଳା ବି ତାଟି କବାଟ ପକାଇ ଦେଇଥିଲେ ଲୋକ। ଦିନ ଦିପହରେ ଗାଁ ଦାଣ୍ଡରେ ଚଳାଇଥିଲା ଆତଙ୍କ । ମାଙ୍କଡ଼କୁ ଧରିବାକୁ ନାକେଦମ ହୋଇପଡିଥିଲା ବନବିଭାଗ। ତାକୁ ଧରିବାକୁ ଯନ୍ତା ବସାଇ ଜଗିଥିଲେ କର୍ମଚାରୀ । ଶେଷରେ ନନ୍ଦନକାନନରୁ ଆସିଥିବା ଟିମ୍ ଟ୍ରାଙ୍କୁଲାଇଜ କରି ମାଙ୍କଡ଼କୁ କାବୁ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.8 ° C
    20.8 °
    20.8 °
    78 %
    1.2kmh
    12 %
    Thu
    21 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ