Sunday, February 1, 2026
29 C
Odisha

    ଧରାପଡିଲା ଆତଙ୍କ ଖେଳାଇଥିବା ମାଙ୍କଡ଼, ୫ ଦିନ ପରେ ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗ

    ଆଗକୁ ପଢନ୍ତୁ

    ପୁରୀ : ଧରାପଡିଲା ଆତଙ୍କ ଖେଳାଇଥିବା ମାଙ୍କଡ଼ । ୫ ଦିନ ପରେ ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗ । ଗୋପ ବ୍ଲକ ଅଣ୍ଡିରାଇଛାପୁର ପଞ୍ଚାୟତର ଦିହୁଡା, ତୋଟାସାହି,ପୋଇତରା ଗାଁରେ ୫ ଦିନ ହେବ ଆତଙ୍କ ଖେଳାଇଥିଲା । ମାଙ୍କଡ଼ କାମୁଡ଼ାରେ ୨୨ ଜଣ ଗୁରୁତର ଆହତ ହୋଇଥିଲେ । ୩ଜଣ ବନଖଣ୍ଡ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ । ମାଙ୍କଡ଼ ଭୟରେ ଗାଁରେ ଦିନବେଳା ବି ତାଟି କବାଟ ପକାଇ ଦେଇଥିଲେ ଲୋକ। ଦିନ ଦିପହରେ ଗାଁ ଦାଣ୍ଡରେ ଚଳାଇଥିଲା ଆତଙ୍କ । ମାଙ୍କଡ଼କୁ ଧରିବାକୁ ନାକେଦମ ହୋଇପଡିଥିଲା ବନବିଭାଗ। ତାକୁ ଧରିବାକୁ ଯନ୍ତା ବସାଇ ଜଗିଥିଲେ କର୍ମଚାରୀ । ଶେଷରେ ନନ୍ଦନକାନନରୁ ଆସିଥିବା ଟିମ୍ ଟ୍ରାଙ୍କୁଲାଇଜ କରି ମାଙ୍କଡ଼କୁ କାବୁ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ