Friday, October 9, 2026
29 C
Odisha

    ଧାମନଗର ବୈତରଣୀ ବାମ ପାର୍ଶ୍ୱ ଅସ୍ତକ ଠାରେ ନଦୀବନ୍ଧରେ ୫୦ମିଟର ଫାଟ

    ଆଗକୁ ପଢନ୍ତୁ

    ଭଦ୍ରକ: ଧାମନଗର ବ୍ଳକ ହସନାବାଦ ପଞ୍ଚାୟତ ଅସ୍ତକ ଠାରେ ବୈତରଣୀ ନଦୀ ବନ୍ଧରେ ପ୍ରାୟ ୫୦ମିଟରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହି ଫାଟ ବଢ଼ୁଥିବାରୁ ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ଦେଖା ଦେଇଛି।ଏପଟେ ଜଳ ସମ୍ପଦ ବିଭାଗ ପକ୍ଷରୁ ସେହି ସ୍ଥାନରେ ବାଲି ବସ୍ତା ଓ ପଲିଥିନ ପକାଇ ମରାମତି କରି ପରିସ୍ଥିତି ଉପରେ ନଜର ରଖାଯାଇଥିବା ଅଧିକାରୀ କହିଛନ୍ତି।ବୈତରଣୀ ନଦୀରେ ବନ୍ୟା ପ୍ରକୋପ କମିବା ପରେ ଅସ୍ତକ ଗ୍ରାମର ରମାକାନ୍ତ କୁଅଁରଙ୍କ ଘର ଠାରୁ ବିଷ୍ଣୁ ନାୟକଙ୍କ ଘର ପର୍ଯ୍ୟନ୍ତ ପ୍ରାୟ ୫୦ ମିଟର ଲମ୍ବରେ ଫାଟ ସୃଷ୍ଟି ହୋଇଥିଲା। ଖବରପାଇ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶରତ ଘଡେ଼ଇ,ଧାମନଗର ଏସଡ଼ିଓ କିଶୋର କୁମାର ଦାସଙ୍କ ସମେତ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏସ୍ଡ଼ିଓ ଶ୍ରୀ ଦାସ କହିଛନ୍ତି ଏନେଇ ବନ୍ଧ ପ୍ରତି କୌଣସି ବିପଦ ନାହିଁ। ବିଭାଗ ପକ୍ଷରୁ ଏହା ଉପରେ ଦୃଷ୍ଟି ରଖାଯାଇଛି , ବନ୍ୟା ସମୟରେ ଅଧିକ କଣ କରାଯାଇପାରିବ ତାହା ନିଷ୍ପତ୍ତି ହେବ ବୋଲି ଗ୍ରାମବାସୀ ଙ୍କୁ ଆଶ୍ୱାସନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ