Thursday, October 8, 2026
24.4 C
Odisha

    ନକଲି ପନିରକୁ ନେଇ ହଇଚଇ, ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ହୋଇଛି ଯାଞ୍ଚ । ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବିଶେଷକରି କେମିକାଲ୍ ଓ ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ବିକ୍ରି ହେଉଛି କି ନାହିଁ, ତା’ ଉପରେ ରହିଛି ଟିମ୍ ର ନଜର । CRP ଛକ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ମିଠା ଦୋକାନରେ ଯାଞ୍ଚ କରାଯାଉଛି । ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି । ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜାରି ରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛି BMC।

    ହେଲେ ଏଠାରେ କଥା ଉଠୁଛି ଯେ ବର୍ଷା ଦିନ ହୋଇଥିବାରୁ ବାସି ଖାଦ୍ୟ, ନକଲି ଛେନା, ପନିର ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ଏହି ସବୁ ଖାଇ ରୋଗକୁ ନିମନ୍ତ୍ରଣ କରାଯାଉଛି। ଫଳରେ ସାଧାରଣ ଲୋକମାନଙ୍କ ପାଇଁ ଏବେ ଛେନା, ପନିର୍‌‌ ଓ ବାସି ଖାଦ୍ୟକୁ ନେଇ ଛନକା ପସିଛି। ଫଳରେ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହିପରି ଚଢ଼ଉ ପ୍ରତି ସପ୍ତାହରେ କରାଯିବା ଦରକାର ବୋଲି ସାଧାରଣରେ ଦାବୀ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ