Monday, October 12, 2026
24.4 C
Odisha

    ସ୍ୱାଧୀନତା ସଂଗ୍ରାମର ଆଲୋକବର୍ତିତା ଥିଲେ ସୁରେନ୍ଦ୍ର ସାଏ ଓ ସୁବାଷ ବୋଷ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୩/୦୧: ଆଜି ହେଉଛି ଓଡ଼ିଶାର ଦୁଇ ମହାମନିଷୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ । ଏହି ଦୁଇ ମହାପୁରଷ ଦେଶମାତୃକାର ସେବାପାଇଁ ଯେଉଁ ବୀରତ୍ୱ ଓ ବଳିଦାନର ପରାକାଷ୍ଟା ଦେଖାଇଥିଲେ ତାହାକୁ ମନେରଖିବା ପାଇଁ ଆମେ ସେମାନଙ୍କ ଜୟନ୍ତୀ ପାଳନ କରୁଛୁ । ସ୍ୱାଧୀନତା ସଂଗ୍ରାମର ଆଲୋକବର୍ତିତା ଥିଲେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ବୋଷ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

    ପ୍ରାୟ ୨୦୦ ବର୍ଷ ପୂର୍ବେ ବ୍ରିଟିଶ ସାମ୍ରାଜ୍ୟକୁ ପ୍ରତିହିତ କରିବା ପାଇଁ ଅଦ୍ଭୁତ ରଣକୈାଶଳ ଜରିଆରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଯେଉଁ ଲଢେଇ ଆରମ୍ଭ ହୋଇଥିଲା, ଏ ଜାତି ସେହି ମହାନ ପରାକ୍ରମୀ ସେନାନୀଙ୍କ ନିକଟରେ ଚିର କୃତଜ୍ଞ । ଘଂଚ ଜଙ୍ଗଲରେ ରହି ନିଜର ରଣନୀତି ବଳରେ ଇଂଗ୍ରେଜ ସରକାରକୁ ଅଣନିଃଶ୍ୱାସୀ କରିପକାଇ ଥିବା ପରାକ୍ରମୀ ଯୋଦ୍ଧା ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଦେଶ ପାଇଁ ତାଙ୍କ ତ୍ୟାଗ, ତପସ୍ୟା, ସାଧନା ଓ ପ୍ରତିବଦ୍ଧତାର କୌଣସି କଳନା କରାଯାଇପାରିବ ନାହିଁ । ସେହିପରି ଦେଶମାତୃକାର ସେବା କରିବା ଓ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢେଇ କରିବା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନକୁ ପରିତ୍ୟାଗ କରି ଆଗେଇ ଆସିଥିବା ଉଚ୍ଚଶିକ୍ଷିତ, ମେଧାବୀ, ବିଚକ୍ଷଣ ବୁଦ୍ଧି, ଜ୍ଞାନର ଅଧିକାରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ କେବଳ ଭାରତରେ ନୁହେଁ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ନିଜ ପରାକ୍ରମ ବଳରେ ଦେଶର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆଜିର ଦିବସକୁ ଦେଶବ୍ୟାପୀ ପରାକ୍ରମ ଦିବସ ଭାବେ ପାଳନ କରାଯାଉଥିବାରୁ ଆମେ ସମସ୍ତେ ଗର୍ବିତ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଭାରତବର୍ଷର ୨ ଜଣ ଶ୍ରେଷ୍ଠ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଗୋଟିଏ ଦିନରେ ଓଡ଼ିଶା ମାଟିରେ ଜନ୍ମନେବା ଗୋଟିଏ ମହାନ୍ ସଂଯୋଗ । ୧୮୫୭ ଆନ୍ଦୋଳନକୁ ଆମେ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି କହିଥାଉ । ମାତ୍ର ଏହାର ଦୀର୍ଘ ୨୮ ବର୍ଷ ପୂର୍ବରୁ ଓଡ଼ିଶାରେ ବୀର ସୁରେନ୍ଦ୍ର ସାଏ ଇଂଗ୍ରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଦେଇଥିଲେ । ଦେଶମାତୃକା ପାଇଁ ଲଢେଇ କରି ଜୀବନର ଦୀର୍ଘ ୩୭ ବର୍ଷ କାଳ ଜେଲ୍‌ଦଣ୍ଡ ସୁରେନ୍ଦ୍ର ସାଏଙ୍କୁ ଭୋଗିବାକୁ ପଡ଼ିଥିଲା ଏବଂ କାରାଗାରରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମଙ୍କ ନାମ ବିଶ୍ୱ ଇତିହାସର ଶିଖରରେ ରହିବା ଉଚିତ୍ । ସେହିପରି କଟକରେ ଜନ୍ମିତ ବରପୁତ୍ର ସୁବାଷ ବୋଷ ଦେଶକୁ ପ୍ରଥମ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । ତେଣୁ ବୀର ସୁରେନ୍ଦ୍ର ସାଏଙ୍କୁ ସ୍ୱାଧୀନତା ଆନ୍ଦୋଳନର ବିଶୁ ମହାରଣା ଓ ସୁବାଷ ବୋଷଙ୍କୁ ଧର୍ମପଦ କହିଲେ ଅତୁକ୍ତି ହେବ ନାହିଁ ବୋଲି ମନ୍ତ୍ରୀ ତଥା ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।
    ଆଗାମୀ ପିଢ଼ିକୁ ପ୍ରେରଣା ଦେବା ପାଇଁ ଏହି ଦୁଇ ମହାପୁରୁଷଙ୍କ ଜନ୍ମଦିନ ଆମେ ପାଳନ କରୁଛୁ । କଂଗ୍ରେସ ଦଳ ଦେଶର ଏହି ମହାନ ନେତାକୁ ଛୋଟ କରି ଦେଖାଇବାକୁ ଚେଷ୍ଠା କରିଥିଲା । ମାତ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବେ ଏହି ମହାପୁରୁଷଙ୍କୁ ସମ୍ମାନ ଦେବା ଆରମ୍ଭ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ସୁବାସ ବୋଷଙ୍କ ଏକ ବୃହତ ପ୍ରତିମୂର୍ତି ସ୍ଥାପିତ ହେବା ସହ ସୁବାଷ ବୋଷଙ୍କ ଜୟନ୍ତୀକୁ ଦେଶବ୍ୟାପୀ ପରାକ୍ରମୀ ଦିବସ ଭାବେ ପାଳନ କରାଯାଉଛିି । ଆଜି ଦେଶରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କଠାରୁ ଆରମ୍ଭ କରି ବିର୍ସାମୁଣ୍ଡା ପର୍ଯ୍ୟନ୍ତ ସମସ୍ତ ମହାପୁରୁଷଙ୍କୁ ଉଚିତ୍ ସମ୍ମାନ ଦିଆଯାଉଛି ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ।
    ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଡଙ୍ଗୀ ଓ ରୁଦ୍ର ନାରାୟଣ ପାଣି ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ସ୍‌୍‌ୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ସୀମାଚଂଳ ଖଟେଇ ଏହି ସଭା ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସୁଶ୍ରୀ ସୁକେଶୀ ଓରାମ, ଅନ୍ୟତମ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମକର୍ତା ଉପସ୍ଥିତ ରହି ଉଭୟ ମହାପୁରୁଷଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ